Advertisment

ବଙ୍ଗୀୟ ଯୁବତୀଙ୍କୁ ହୋଟେଲ୍‌ରେ ଦୁଷ୍କର୍ମ ଉଦ୍ୟମ !

ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ। ହୋଟେଲ୍‌ ଗୁଡ଼ିକରେ ଚାଲିଲାଣି ପ୍ରାକ୍‌ ପ୍ରସ୍ତୁତି। ରାଜଧାନୀ ଭୁବନେଶ୍ୱରରେ ଲାଗିଲାଣି ସୁନ୍ଦରୀ ତରୁଣୀଙ୍କ ଭିଡ଼। ରାଜ୍ୟ ବାହାରୁ ଆସୁଥିବା ଏହି ତରୁଣୀମାନଙ୍କୁ ହୋଟେଲ୍‌ କର୍ତ୍ତୃପକ୍ଷ ବିଭିନ୍ନ ଅନିୟମିତତା କାମରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଆଜି ସାମ୍ନାକୁ ଆସିଛି। ଜଣେ ଦଲାଲ ସାଙ୍ଗରେ ଆସିଥିବା ବଙ୍ଗୀୟ ତରୁଣୀ ହୋଟେଲ୍‌ରେ ରହିଥିଲେ। ଏହି ସମୟରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ […]

ବଙ୍ଗୀୟ ଯୁବତୀଙ୍କୁ ହୋଟେଲ୍‌ରେ ଦୁଷ୍କର୍ମ ଉଦ୍ୟମ !

girl up

Advertisment

ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ। ହୋଟେଲ୍‌ ଗୁଡ଼ିକରେ ଚାଲିଲାଣି ପ୍ରାକ୍‌ ପ୍ରସ୍ତୁତି। ରାଜଧାନୀ ଭୁବନେଶ୍ୱରରେ ଲାଗିଲାଣି ସୁନ୍ଦରୀ ତରୁଣୀଙ୍କ ଭିଡ଼। ରାଜ୍ୟ ବାହାରୁ ଆସୁଥିବା ଏହି ତରୁଣୀମାନଙ୍କୁ ହୋଟେଲ୍‌ କର୍ତ୍ତୃପକ୍ଷ ବିଭିନ୍ନ ଅନିୟମିତତା କାମରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଆଜି ସାମ୍ନାକୁ ଆସିଛି। ଜଣେ ଦଲାଲ ସାଙ୍ଗରେ ଆସିଥିବା ବଙ୍ଗୀୟ ତରୁଣୀ ହୋଟେଲ୍‌ରେ ରହିଥିଲେ। ଏହି ସମୟରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ହୋଟେଲ ମ୍ୟାନେଜର ଓ ଜଣେ କର୍ମଚାରୀଙ୍କୁ ଅଟକ ରଖିଛି ପଚରାଉଚରା କରୁଛି।

Advertisment

publive-imageଘଟଣାଟି ଏମିତି। ଦଲାଲଙ୍କ ଜରିଆରେ ଜଣେ ବେଙ୍ଗୀୟ ସୁନ୍ଦରୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ହୋଟେଲ୍‌ର ରୁମ୍‌ରେ ରହିଥିଲେ। ୭ ଦିନ ପାଇଁ ହୋଟେଲ୍‌ରେ ରୁମ୍‌ ବୁକିଂ ହୋଇଥିଲା। ତେବେ ଏଠାରେ ରହଣୀ ସମୟରେ ହୋଟୋଲର ମ୍ୟାନେଜର ବଳପୂର୍ବକ ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଯୁବତୀ ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପରେ ହୋଟେଲର ମ୍ୟାନେଜର ଓ କର୍ମଚାରୀ ଅଟକ ରଖିଛନ୍ତି।

ତେବେ ବଙ୍ଗୀୟ ଯୁବତୀ ଜଣଙ୍କ କେଉଁ ଦଲାଲଙ୍କ ଜରିଆରେ ଭୁବନେଶ୍ୱର ଆସିଥିଲେ, କେତେ ଟଙ୍କାରେ ଡିଲ୍‌ ହୋଇଥିଲା, ଦଲାଲଙ୍କ ସହ ହୋଟେଲ ଲିଙ୍କ୍ କେବେଠାରୁ ରହିଛି, ଏସବୁର ଖୋଳତାଡ କରୁଛି ଲକ୍ଷ୍ମୀସାଗର ପୁଲିସ। ଇବ୍ରାହିମ ନାମକ ଜଣେ ଦଲାଲ ଜରିଆରେ ଭୁବନେଶ୍ୱର ଆସିଥିବା ସନ୍ଦେହ କରୁଛି ପୁଲିସ। ପରିଚୟପତ୍ରରୁ ଯୁବତୀଙ୍କ ଘର ପଶ୍ଟିମବଙ୍ଗର ବୋଲି ଜଣାପଡ଼ିଛି। ତେବେ ଏହା ଅସଲି ନା ନକଲି ସେନେଇ ମଧ୍ୟ ଖୋଲତାଡ କରାଯାଉଛି। ହୋଟେଲରେ ଦେହ ବେପାର କଥାକୁ ହୋଟେଲ କର୍ମଚାରୀ ସ୍ୱୀକାର କରିଥିବା ଜଣାପଡିଛି। ସେପଟେ ପୁଲିସ ଦ୍ୱାରା ଧରାପଡିଥିବା ଯୁବକ ଘଟଣା ସମ୍ପର୍କରେ କିଛି ମୁହଁ ଖୋଲୁନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ