/odishatv-khabar/media/post_attachments/uploadimage/library/16_9/16_9_0/woman_1626690841.jpg)
woman
ଜଳେଶ୍ୱର : ପ୍ରଥମେ ପ୍ରେମ, ପରେ ବିବାହ ଆଉ ତାପରେ ପ୍ରତାରଣ । ଏମିତି ଏକ ଘଟଣାକୁ ନେଇ ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ ଧାରଣାରେ ପ୍ରେମିକା। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କୁହ୍ଲା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି।
ପ୍ରେମିକା ଜଣକ ନ୍ୟାୟ ପାଇବା ପାଇଁ ବାଲିଆପାଳ ଥାନାର ଦ୍ୱାରସ୍ଥ ହେବା ପରେ କୌଣସି ନ୍ୟାୟ ନମିଳିବାରୁ ବାଧ୍ୟ ହୋଇ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ।
ଅଭିଯୋଗ ଅନୁଯାୟୀ ,ବାଲିଆପାଳ ଥାନା ଅନ୍ତର୍ଗତ ଚକବ୍ରହ୍ମ ଗ୍ରାମର ୧୯ ବର୍ଷର ଯୁବତୀ ମାନିନୀ (ଛଦ୍ମନାମ)ଙ୍କ ସହିତ କୁହ୍ଲା ଗ୍ରାମର ଅଶୋକ ନାୟକ ମଧ୍ୟରେ ଦୀର୍ଘ ଛଅ ମାସଧରି ପ୍ରେମ ସମ୍ପର୍କ ଗଢିଉଠିଥିଲା, ତେବେ ପ୍ରେମିକା ମାନିନୀ ଭିନ୍ନ ଜାତିର ହୋଇଥିବାରୁ ଅଶୋକଙ୍କ ଘରେ ବିବାହ ପାଇଁ ରାଜି ହୋଇନଥିଲେ, ତେଣୁ ଅଶୋକ ମାନିନୀଙ୍କୁ ଗୁଜୁରାଟ ନେଇଯାଇଥିଲେ । ସେଠାରେ ତାଙ୍କୁ ବିବାହ କରି ରହିଥିଲେ ।
ବିବାହ କରିବାର ୧୫ ଦିନ ରହିବା ପରେ ମାନିନୀଙ୍କୁ ନିର୍ଯାତନା ଦେଇଥିଲେ ପ୍ରେମିକରୁ ସ୍ୱାମୀ ହୋଇଥିବା ଅଶୋକ। ଏହିପରି ପାଞ୍ଚ ମାସ ବିତିଯିବା ପରେ ହଠାତ ସ୍ୱାମୀ ଅଶୋକ ସ୍ତ୍ରୀ ମାନିନୀଙ୍କୁ ଗୁଜରାଟରେ ଛାଡି ନିଜର ଗାଁ ବାଲିଆପାଳ ଥାନା କୁହ୍ଲା ଗ୍ରାମକୁ ପଳାଇ ଆସିଥିଲେ।
ସେଠାରେ ମାନିନୀ ଅସହାୟ ଅବସ୍ଥାରେ ଥିବା ବେଳେ ସେଠାକାର କିଛି ଓଡ଼ିଆ ଲୋକଙ୍କ ସହାୟତାରେ ବାଲିଆପାଳରେ ପହଞ୍ଚି ଥାନାରେ ଏତଲା ଦେଇଥିଲେ। ତେବେ ଏତେଲା ଦେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତକାଲି ଠାରୁ ନ୍ୟାୟ ପାଇଁ ସ୍ୱାମୀ ଅଶୋକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମାନିନୀ ଏବଂ ତାଙ୍କ ଆଈ ।
ଧାରଣା ପରେ ପ୍ରେମିକ ସ୍ଵାମୀଙ୍କ ଘରେ ତାଲା ପଡ଼ି ଥିବା ଦେଖିବାକୁ ମିଳିଛି। ସେପଟେ ଧାରଣା ଦେବାର ୨୪ ଘଣ୍ଟା ବିତିଯାଇ ଥିଲେ ମଧ୍ୟ କୌଣସି ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା କଥା କୋହଭରା କଣ୍ଠରେ କହିଛନ୍ତି ମାନିନୀ।
୨ମାସର ଗର୍ଭବତୀ ଥିବା ମାନିନୀ, ନ୍ୟାୟ ନ ମିଳିଲେ ପ୍ରେମିକଙ୍କ ଘର ସାମ୍ନାରେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଏ ସମ୍ପର୍କରେ ବାଲିଆପାଳ ଥାନାଧିକାରୀ ବିମଳ ନାୟକଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)