ratha-ytra
ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦରେ ଡିସେମ୍ବର ୨୯ ତାରିଖରେ ହେବନାହିଁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସମ୍ପାଦକ ବାବା ଚୈତନ୍ୟ ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଫୋନ ଯୋଗେ ଏହି ସୂଚନା ଦେଇଛନ୍ତି।
ଟ୍ରଷ୍ଟର ସଭାପତି ଓ ସମ୍ପାଦକ ସୋଶାଲ୍ ମିଡିଆରୁ ଏ ସମ୍ପର୍କିତ ବିଜ୍ଞାପନ ହଟାଇ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଜଗନ୍ନାଥ ନୁହେଁ, ରାଧାକୃଷ୍ଣଙ୍କର ସତ୍ସଂଘ ଶୋଭାଯାତ୍ରା ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଗତକାଲି ଏତଲା ଦିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ratha-ytra_1627038860.jpg)