Advertisment

ନିର୍ବାଚନୀ ସଜବାଜ: ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୫ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ମାର୍ଚ୍ଚ ୨୬ରେ ଏହାର ଯାଞ୍ଚ କରାଯିବ। ମାର୍ଚ୍ଚ ୨୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ ଭୋଟ୍ ଗ୍ରହଣ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଯେଉଁ ୪ଟି ଲୋକସଭା ଆସନରେ ଭୋଟ୍ ହେବ, ସେହି ଆସନ ଗୁଡ଼ିକ […]

ନିର୍ବାଚନୀ ସଜବାଜ: ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

BBSR

Advertisment

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୫ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ମାର୍ଚ୍ଚ ୨୬ରେ ଏହାର ଯାଞ୍ଚ କରାଯିବ। ମାର୍ଚ୍ଚ ୨୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ ଭୋଟ୍ ଗ୍ରହଣ ହେବ।

Advertisment

ତେବେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଯେଉଁ ୪ଟି ଲୋକସଭା ଆସନରେ ଭୋଟ୍ ହେବ, ସେହି ଆସନ ଗୁଡ଼ିକ ହେଉଛି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଏବଂ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ଆସନ। ଓଡ଼ିଶାର ୪ଟି ଲୋକସଭା ସମେତ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ସାରା ଦେଶର ୯୧ଟି ଲୋକସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ।

ଆଜି ବସିବାକୁ ଥିବା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବାତିଲ ହେବା ପରେ ଓଡ଼ିଶାର ତାଲିକା ଘୋଷଣା ହେବାରେ ବିଳମ୍ବ ହେବ।  ସେହିପରି କଂଗ୍ରେସର ଘନ ଘନ ସ୍କ୍ରିନିଂ କମିଟି ବୈଠକ, ମାରାଥନ ଆଲୋଚନା ପରେ ବି ଛିଣ୍ଡୁନି ଟିକେଟ୍ ଅଙ୍କ।  ବିଜେଡିରେ ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀ ଥିବାରୁ ନବୀନ ନିବାସରେ ଆଶାୟୀଙ୍କର ପ୍ରତିଦିନ ଭିଡ଼ ହେଉଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ