Advertisment

ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର : ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡ଼ିଲେ ଅପରାଧିଙ୍କ ନାଁରେ NSAରେ ମାମଲା କରାଯିବ। ଦାଦାବଟିକୁ ନେଇ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଗତକାଲି ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ ନେଇ ଘଟିଥିବା ଆକ୍ରମଣ ଘଟଣାରେ ସାମିଲ ୫ ଅଭିଯୁକ୍ତଙ୍କ ବିରୋଧରେ ୮ରୁ ଅଧିକ ମାମଲା ରହିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସେମାନଙ୍କୁ ଧରିବାକୁ ଏକ ଟିମ୍ ଗଠନ କରାଯାଇଛି। ଦାଦାବଟି ନେଇ ସାଧାରଣ ଲୋକ […]

ଅଦ୍ୟତନ ହୋଇଛି
ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

pinak-mishra

Advertisment

ବ୍ରହ୍ମପୁର : ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡ଼ିଲେ ଅପରାଧିଙ୍କ ନାଁରେ NSAରେ ମାମଲା କରାଯିବ। ଦାଦାବଟିକୁ ନେଇ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର।

Advertisment

ଗତକାଲି ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ ନେଇ ଘଟିଥିବା ଆକ୍ରମଣ ଘଟଣାରେ ସାମିଲ ୫ ଅଭିଯୁକ୍ତଙ୍କ ବିରୋଧରେ ୮ରୁ ଅଧିକ ମାମଲା ରହିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସେମାନଙ୍କୁ ଧରିବାକୁ ଏକ ଟିମ୍ ଗଠନ କରାଯାଇଛି।

ଦାଦାବଟି ନେଇ ସାଧାରଣ ଲୋକ ଅଭିଯୋଗ ପାଇଲେ ସିଧାସଳଖ ତାଙ୍କୁ ଯୋଗାଯୋଗ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିବାକୁ ସେ କହିଛନ୍ତି।

Advertisment

ଏପରିକି ଦଶହରା ପୂଜା ସମୟରେ ଟଙ୍କା ଆଦାୟ, ଲୋକଙ୍କଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟକୁ ଲୁଟ୍ ଭାବେ ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଲ୍‌ପି କହିଛନ୍ତି।

ସୂଚନା ଥାଉକି, ଗତକାଲି ଦାଦାବଟି ଆଦାୟ ଅଭିଯୋଗରେ ଲକ୍ଷ୍ମୀନୃସିଂହ ସାହିରେ ଭାଇ ଓ ଭଉଣୀଙ୍କୁ ଖଣ୍ଡାରେ ହାଣିଥିଲେ କିଛି ଦୁର୍ବତ୍ତ। ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ