Advertisment

ବାପା ନୁହେଁ, ସେ ରାକ୍ଷସ

ଗଞ୍ଜାମ: ପାରିବାରିକ କଳହରୁ କରୁଣ ପରିଣତି। କ୍ରୋଧରେ ବଶବର୍ତ୍ତୀ ହେ।ଇ ନିଜ ସ୍ତ୍ରୀ ଓ ଯୁକ୍ତ ଦୁଇରେ ପଢୁଥିବା ଝିଅକୁ ଟାଙ୍ଗିଆରେ ହାଣି ମାରିବା ପରେ ନିଜେ ଆମ‍ହତ୍ୟା କଲେ  ଗଞ୍ଜାମ ଛତ୍ରପୁର ପାଲିଆରେ ବୃନ୍ଦାବନ ନାମକ ଜଣେ ବ୍ୟକ୍ତି। ଏଭଳି ଅଭିଯୋଗ କରିଛନ୍ତି ମୃତ ବୃନ୍ଦାବନଙ୍କ ବଡ଼ ଝିଅ। ଘଟଣା ଟି ଥିଲା ଏମିତି… ମୃତ ବୃନ୍ଦାବନର ବଡ଼ ଝିଅଙ୍କ କହିବା ଅନୁଯାୟୀ, ବାପା ସବୁବେଳେ ମା’ଙ୍କ ସହ ଝଗଡ଼ା କରୁଥିଲେ। କଥା କଥାରେ ସବୁବେଳେ […]

ବାପା ନୁହେଁ, ସେ ରାକ୍ଷସ

jiop

Advertisment

ଗଞ୍ଜାମ: ପାରିବାରିକ କଳହରୁ କରୁଣ ପରିଣତି। କ୍ରୋଧରେ ବଶବର୍ତ୍ତୀ ହେ।ଇ ନିଜ ସ୍ତ୍ରୀ ଓ ଯୁକ୍ତ ଦୁଇରେ ପଢୁଥିବା ଝିଅକୁ ଟାଙ୍ଗିଆରେ ହାଣି ମାରିବା ପରେ ନିଜେ ଆମ‍ହତ୍ୟା କଲେ  ଗଞ୍ଜାମ ଛତ୍ରପୁର ପାଲିଆରେ ବୃନ୍ଦାବନ ନାମକ ଜଣେ ବ୍ୟକ୍ତି। ଏଭଳି ଅଭିଯୋଗ କରିଛନ୍ତି ମୃତ ବୃନ୍ଦାବନଙ୍କ ବଡ଼ ଝିଅ।

Advertisment

publive-image

ଘଟଣା ଟି ଥିଲା ଏମିତି...

ମୃତ ବୃନ୍ଦାବନର ବଡ଼ ଝିଅଙ୍କ କହିବା ଅନୁଯାୟୀ, ବାପା ସବୁବେଳେ ମା’ଙ୍କ ସହ ଝଗଡ଼ା କରୁଥିଲେ। କଥା କଥାରେ ସବୁବେଳେ ମା’ଙ୍କୁ ମାଡ଼ ମାରୁଥିଲେ। କିନ୍ତୁ ଘଟଣା ଦିନ ମୁଁ ନଥିଲି। ମୋ ଭାଇ ସହ ଦିଗପହଣ୍ଡିକୁ ଭେ।ଜି ଖାଇବାକୁ ଯାଇଥିଲି। କୌଣସି କାରଣରୁ ବାପାମା’ଙ୍କର ଝଗଡ଼ ହୋଇଛି। ଯାହାଫଳରେ ବାପା ରାଗରେ ମା’ଓ ସାନ ଭଉଣୀକୁ ମାରିଥିବା ଅଭିଯୋଗ କରିଛନ୍ତି ବୃନ୍ଦାବନଙ୍କ ବଡ଼ ଝିଅ। ତେବେ ବାପା ଉପରେ ଝିଅ ଏତେ ରାଗିଯାଇଛି ଯେ ବାପାକୁ ରାକ୍ଷସ କହିବାକୁ ପଛାଇ ନାହିଁ।

ଘଟଣା ପରଦିନ ସକାଳୁ ଜଣେ ସମ୍ପର୍କୀୟ ମହିଳା ବୃନ୍ଦାବନଙ୍କ ଘରକୁ ଆସି ପାଣି ନେଇଯିବା ପାଇଁ କହିବାକୁ ଆସିଥିଲେ। କିନ୍ତୁ ସେଠାରେ ବୃନ୍ଦାବନଙ୍କ ସ୍ତ୍ରୀ ଓ ଝିଅର ରକ୍ତାଭିଜା ଶରୀର ଦେଖିବାକୁ ପାଇଥିଲେ ପଡ଼ୋଶୀ ମହିଳା। ଏହା ପରେ ଘର ପଛପଟରେ ବୃନ୍ଦାବନର ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ। ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଘରୋଇ କଳିରୁ ବୃନ୍ଦାବନ ପ୍ରଥମେ ତାଙ୍କ ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ପତ୍ନୀଙ୍କୁ ଆକ୍ରମଣ କରି ସେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

publive-image

ସେଠାରେ ସାଇଣ୍ଟିଫିକ୍ ଟିମ୍ ,ଡ୍ରଗ୍ ସ୍କାର୍ଡ,ଏସପି(ବ୍ରିଜେଶ ରାୟ),ଅତିରିକ୍ତ ଏସପି ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ