Advertisment

ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର

ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର ଗତକାଲି ହାଇଦରକୁ ତେଲେଙ୍ଗାନାରୁ‌ ଗିରଫ କରିଥିଲା ପୋଲିସ୍‌ ହାଇଦର ଗାଡ଼ି ବଦଳାଇ ଲୁଚିବାକୁ ଉଦ୍ୟମ ବେଳେ ଧରାପଡ଼ି ଯାଇଥିଲା ହାଇଦର ଫେରାର ପଛରେ ପରିବାରର ହାତ ଥିବା ଅଭିଯୋଗକୁ ଖଣ୍ଡନ କଲେ ସ୍ତ୍ରୀ ହାସିନା ବିବି ଭୁବନେଶ୍ୱର: ସୁରକ୍ଷାକର୍ମୀଙ୍କୁ ନିଶା ଦେଇ କଟକ ଏସ୍‌ସିବିରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ ପରେ ଆଜି ଓଡ଼ିଶା ଅଣାଯାଇଛି। ତେଲେଙ୍ଗାନା ପୋଲିସ୍‌ ସହାୟତାରେ ଗତକାଲି ହାଇଦରକୁ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ କମିଶନରେଟ […]

ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର

hyder

Advertisment
  • ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର
  • ଗତକାଲି ହାଇଦରକୁ ତେଲେଙ୍ଗାନାରୁ‌ ଗିରଫ କରିଥିଲା ପୋଲିସ୍‌
  • ହାଇଦର ଗାଡ଼ି ବଦଳାଇ ଲୁଚିବାକୁ ଉଦ୍ୟମ ବେଳେ ଧରାପଡ଼ି ଯାଇଥିଲା
  • ହାଇଦର ଫେରାର ପଛରେ ପରିବାରର ହାତ ଥିବା ଅଭିଯୋଗକୁ ଖଣ୍ଡନ କଲେ ସ୍ତ୍ରୀ ହାସିନା ବିବି
Advertisment

ଭୁବନେଶ୍ୱର: ସୁରକ୍ଷାକର୍ମୀଙ୍କୁ ନିଶା ଦେଇ କଟକ ଏସ୍‌ସିବିରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ ପରେ ଆଜି ଓଡ଼ିଶା ଅଣାଯାଇଛି। ତେଲେଙ୍ଗାନା ପୋଲିସ୍‌ ସହାୟତାରେ ଗତକାଲି ହାଇଦରକୁ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ କମିଶନରେଟ ପୋଲିସ୍‌ ଗିରଫ କରିଥିଲା। ଏହାପରେ ଆଜି ବିମାନରେ ହାଇଦରକୁ ତେଲେଙ୍ଗାନାରୁ ଓଡ଼ିଶା ଆଣିଛି କମିଶନରେଟ ପୋଲିସ୍‌। ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ହାଇଦର ପହଞ୍ଚିବା ପରେ ତା’ର କରୋନା ଟେଷ୍ଟ କରାଯାଇଥିଲା। ଏହାପରେ ତାକୁ କଟକ ନିଆଯାଇଥିଲା।

ହାଇଦର ଓଡ଼ିଶା ଫେରିବା ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ହାଇଦର ଖସିବା ପଛର ରହସ୍ୟ ଉନ୍ମୋଚନ ହେବ। ଖସିବାରେ ତାକୁ କିଏ ସାହାଯ୍ୟ କରିଥିଲା ଓ କାହାର ଭୂମିକା ଥିଲା, ସେନେଇ ତଦନ୍ତ ହେବ। ଏହାସହ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୧୨୦ ଘଣ୍ଟାର ଅପରେସନ ପରେ ହାଇଦରକୁ ଆମେ ଧରିଥିଲୁ। ବିଳମ୍ବିତ ରାତିରେ ସଙ୍ଗାରେଡ୍ଡିର ସ୍ଥାନୀୟ କୋର୍ଟରେ ହାଜର କରିଥିଲୁ।
କୋର୍ଟରେ ହାଜର କରି ହାଇଦରକୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଆଣିଛୁ।

Advertisment

ହାଇଦର ଗାଡ଼ି ବଦଳାଇ ଲୁଚିବାକୁ ଉଦ୍ୟମ ବେଳେ ଧରାପଡ଼ି ଯାଇଥିଲା ବୋଲି ହାଇଦ୍ରାବାଦ ପୋଲିସ କମିଶନର କହିଛନ୍ତି। ଓଡ଼ିଶା ପୋଲିସ୍‌ ପକ୍ଷରୁ ହାଇଦରର ଫଟୋ ଓ ସେ ଖସି ପଳାଇଥିବା କାର୍‌ର ଫଟୋ ମିଳିବା ପରେ ସେହି ଅନୁସାରେ ତାକୁ ଟ୍ରାକିଂ ପାଇଁ ଉଦ୍ୟମ ଚାଲିଥିଲା। ସହରର ସବୁ ପାଟ୍ରୋଲିଂ ଟିମ୍‌ ଆଲର୍ଟ କରାଯାଇଥିଲା। ସବୁ ସିସିଟିଭିକୁ ଛାନ୍‌ଭିନ୍‌ ବେଳେ ହାଇଦର ଯାଉଥିବା କାର୍‌ର ସୁରାକ ମିଳିଥିଲା। ପରେ ପୋଲିସର ଟେକନିକାଲ ଟିମର ଅନୁଧ୍ୟାନ ପରେ ହାଇଦରକୁ ଧରିବାକୁ ସହଜ ହୋଇଥିଲା।

ଅନ୍ୟପକ୍ଷେ, ହାଇଦର ଫେରାର ପଛରେ ପରିବାରର ହାତ ଥିବା ଅଭିଯୋଗକୁ ତାଙ୍କ ସ୍ତ୍ରୀ ହାସିନା ବିବି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ହାଇଦର ଚିକିତ୍ସା ବେଳେ ଡାକ୍ତରଖାନାରୁ ପଳାଇଥିଲେ। ଏଥିରେ ତାଙ୍କ ପୁଅ କି ଜ୍ୱାଇଁଙ୍କର କୌଣସି ଭୂମିକା ନାହିଁ।

Advertisment

ଗତ ଏପ୍ରିଲ ୧୦ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ଥିବା ହାଇଦର ଏସ୍‌ସିବିର ସର୍ଜରୀ ଓ୍ୱାର୍ଡ କ୍ୟାବିନରୁ ଫେରାର ହୋଇଯାଇଥିଲା। ମେଡିକାଲରେ ଜଗିଥିବା ସୁରକ୍ଷାକର୍ମୀଙ୍କୁ ହାଇଦର ନିଶା ଦେଇ ଖସି ଯାଇଥିଲା। ହାଇଦର ଭଳି କୁଖ୍ୟାତ ଅପରାଧୀ ପୋଲିସ ହେପାଜତରୁ ଫେରାର ମାରିବା ପରେ ଏହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ହାଇଦର ଖସିବା ପଛରେ ଷଡ଼ଯନ୍ତ୍ର ଥିଲା କି ନାହିଁ, ସେନେଇ ତଦନ୍ତ ହେବ ବୋଲି ପୋଲିସ କମିଶନର କହିଛନ୍ତି।

ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ ଜଣ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଲ୍‌ଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିଲା।

ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବକୁ ପୋଲିସ୍ ରିମାଣ୍ଡରେ ନେଇଛି‌।

Gangster Hyder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ