raja
ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକରେ ଇସ୍କନ୍ର ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା। ବୈଠକରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇବା ପରେ ଗଜପତି ମହାରାଜା ଦିବ୍ୟ ସିଂହ ଏନେଇ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଚିଠିରେ ଜଣାଯିବ। ତେବେ ଏହାପୂର୍ବରୁ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା।
ଗତ ୩୦ ତାରିଖରେ ମୁମ୍ୱାଇରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା। ଇସ୍କନ ଏହି ରଥଯାତ୍ରା ଆୟୋଜନ କରିଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା। ମୁମ୍ୱାଇ ଇସ୍କନର ଏପରିକି କାର୍ଯ୍ୟକ୍ରମକୁ ଓଡ଼ିଶା ଇସ୍କନ ପକ୍ଷରୁ ବିରୋଧ କରାଯାଇଥିଲା। ସେତେବେଳେ ଓଡ଼ିଶା ଇସ୍କନ ଲୋକସଂପର୍କ ଅଧିକାରୀ ରାଧାକାନ୍ତ ଦାସ କହିଥିଲେ, ଓଡ଼ିଶା ଇସ୍କନ ଚାହେଁ ଗୋଟିଏ ଦିନରେ ରଥଯାତ୍ରା ହେଉ। ପୁରୀ ସହ ସାରା ବିଶ୍ୱରେ ଗୋଟିଏ ଦିନରେ ରଥଯାତ୍ରା ହେଉ। ସେଠାକାର ସରକାର କାହିଁକି ଅଦିନିଆ ରଥଯାତ୍ରା କରିବାକୁ ପ୍ରୋତ୍ସାହନ ଦେଉଛି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ।
ଅନ୍ୟପକ୍ଷରେ ଏନେଇ ପୁରୀ ସିଂହଦ୍ୱାର ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲା। ରଥଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/raja_1627106141.jpg)