Advertisment

ଏବେଠୁ ଏମାନେ ବି କରୋନା ସମ୍ମୁଖ ଯୋଦ୍ଧା: ସେପଟେ ଶିଶୁଙ୍କ ପାଇଁ ଆଡଭାଇଜରି ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ସମ୍ମୁଖ ଯୋଦ୍ଧା ତାଲିକାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ୍ କଲେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି। ବନ ଅଧିକାରୀ, ଫରେଷ୍ଟ ଗାର୍ଡଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେଲେ ରାଜ୍ୟ ସରକାର

author-image
Sarbeswar
ଅଦ୍ୟତନ ହୋଇଛି
ଏବେଠୁ ଏମାନେ ବି କରୋନା ସମ୍ମୁଖ ଯୋଦ୍ଧା: ସେପଟେ ଶିଶୁଙ୍କ ପାଇଁ ଆଡଭାଇଜରି ଜାରି କଲା ସ୍ୱାସ୍ଥ୍ୟ ବିଭାଗ

Corona Virus

ଭୁବନେଶ୍ୱର: ସମ୍ମୁଖ ଯୋଦ୍ଧା ତାଲିକାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ୍ କଲେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି। ବନ ଅଧିକାରୀ, ଫରେଷ୍ଟ ଗାର୍ଡଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେଲେ ରାଜ୍ୟ ସରକାର। ଏହାସହ ବ୍ୟାଙ୍କ ଓ ବୀମା କଂପାନୀ ସହ ATM ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବି ମିଳିଲା ସମୁଖ ଯୋଦ୍ଧା ମାନ୍ୟତା। କେବଳ ଏତିକି ନୁହେଁ ବରଂ ଏହାସହ ଫିଲିଂ ଷ୍ଟେସନ ଓ କଷ୍ଟମର କେୟାର କର୍ମଚାରୀଙ୍କୁ ମଧ୍ୟ ସମ୍ମୁଖ ଯୋଦ୍ଧା ମାନ୍ୟତା ମିଳିଲା। ରେଲେଓ୍ୱ ଷ୍ଟାଫ୍, ଅକ୍ସିଜେନ ପ୍ଲାଣ୍ଟ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ଷ୍ଟାଫ୍ ବି ସମ୍ମୁଖ ଯୋଦ୍ଧାରେ ସାମିଲ୍ ହୋଇଛନ୍ତି। ସେହିପରି ୧୦୮ ହେଲପ୍ ଲାଇନ୍ ନମ୍ବର ଷ୍ଟାଫ୍ ଓ କଲ୍ ସେଣ୍ଟର କର୍ମଚାରୀଙ୍କୁ ଏହି ମାନ୍ୟତା ମିଳିଲା।

Advertisment

ସେପଟେ, ଶିଶୁ, କିଶୋର ଓ ଗର୍ଭବତୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି କରିଛି । କରୋନା ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି କରିଛି ବିଭାଗ। ସୂଚନା ଅନୁସାରେ, ୨ରୁ ଅଧିକ ବର୍ଷର ଶିଶୁଙ୍କୁ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ପଦାକୁ ବାହାରିବା ପୂର୍ବରୁ ୨ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଶିଶୁଠାରେ ବି ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି। ଟେଷ୍ଟିଂ ସହ ଆଇସୋଲେସନ ଓ ଚିକିତ୍ସା ପରାମର୍ଶ ନେବାକୁ ବି ନିର୍ଦ୍ଦେଶ ଜାରି ହୋଇଛି। କେବଳ ଏତିକି ନୁହେଁ ବରଂ ଝାଡ଼ା, ବାନ୍ତି, ପେଟ ବ୍ୟଥା, ଥଣ୍ଡା, କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ୨୦ ସେକେଣ୍ଡ ବଦଳରେ ୪୦ ସେକେଣ୍ଡ ଯାଏଁ ହାତ ଧୋଇବାକୁ ପରାମର୍ଶ ଜାରି ହୋଇଛି।

ତେବେ, ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟରେ ଆଜି ମଧ୍ୟ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । କିଛି ଦିନ ଦୈନିକ ସଂକ୍ରମଣ ହାର ସ୍ଥିର ରହିବା ପରେ ଆଜି ୧୧୦୦୦ ନିକଟତର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ସ୍ଥିତି ଦିନକୁ ଦିନକ ବିସ୍ଫୋରକ ହେଉଛି । ସବୁ ଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୧ ଲକ୍ଷ ନିକଟତର ହୋଇଛି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ।

Advertisment
Advertisment
Advertisment