Advertisment

Freight Train Halted: ଟ୍ରେନ୍ ଅଟକିଲା, ରେଳଧାରଣା ପାରି ହେଲେ ହାତୀ

ହାତୀଙ୍କ ପାଇଁ ଅଟକିଲା ଟ୍ରେନ୍। ହାତୀ ରେଳ ଧାରଣା ପାର ହେଉଥିବାରୁ ଟ୍ରେନକୁ କିଛି ସମୟ ପର୍ଯ୍ୟନ୍ତ ଅଟକାଇଦିଆଗଲା। ହାତୀଙ୍କ ଗତିପଥ ଉପରେ ନଜର ରଖିବା ସହିତ ସତର୍କ ରହିଛି ବନ ବିଭାଗ।

Elephant

Elephant Photograph: (OTV)

Advertisment

ହାତୀଙ୍କ ପାଇଁ ଅଟକିଲା ଟ୍ରେନ୍। ହାତୀ ରେଳ ଧାରଣା ପାର ହେଉଥିବାରୁ ଟ୍ରେନକୁ କିଛି ସମୟ ପର୍ଯ୍ୟନ୍ତ ଅଟକାଇ ଦିଆଗଲା । ଦକ୍ଷିଣ ପୂର୍ବ ରେଳ ପଥର ନାମ୍ବିରାଠାରେ ୪ ଟିକିଆ ହାତୀ ପଲ ଟ୍ରେନ୍ ଲାଇନ୍ ପାର ହେଉଥିବା ଦେଖିବାକୁ ମିଳିଛି। 

Advertisment

ତେବେ ହାତୀ ଆସୁଥିବାରୁ ଆଗୁଆ ସୂଚନା ପାଇ ସେହି ଟ୍ରାକରେ ବାଂଶପାଣି ଆସୁଥିବା ମାଲବାହୀ ଟ୍ରେନକୁ ୨୦୦ ମିଟର ପୂର୍ବରୁ ଅଟକାଯାଇଥିଲା । ଫଳରେ ହାତୀମାନେ ସୁରକ୍ଷିତ ଭାବେ ରେଳ ଧାରଣା ପାରି ହୋଇଥିଲେ । ହାତୀ ପଲ ମଧ୍ୟରେ ଦୁଇଟି ଛୁଆ ହାତୀ ରହିଥିବା ସୂଚନା ମିଳିଛି। ହାତୀଙ୍କ ଗତିପଥ ଉପରେ ନଜର ରଖିବା ସହିତ ସତର୍କ ରହିଛି ବନ ବିଭାଗ ।

Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ