Missing Schoolboys Rescued Photograph: (OTV)
ଦେବଗଡ଼ ରିଆମାଳ ଥାନା ଟିଙ୍କବୀର ଗାଁରୁ ଗତକାଲି ସଂଧ୍ୟାରୁ ନିଖୋଜ ଥିବା ଚାରିଜଣ ସ୍କୁଲ ଛାତ୍ର ଉଦ୍ଧାର। ଗାଁରେ ଥିବା ବାନାହୁଳୀରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ସ୍କୁଲରୁ ଫେରି ଗାଁ ପଡିଆଠାରେ ଚାଲିଥିବା କ୍ରିକେଟ ମ୍ୟାଚ ଦେଖିବାକୁ ଯାଇଥିଲେ ୪ ନାବାଳକ ।
ଘରକୁ ନଫେରିବାରୁ ପରିବାର ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜିଥିଲେ । ନପାଇବାରୁ ରାତ୍ରୀରେ ରିଆମାଳ ଥାନା ପୋଲିସକୁ ଏନେଇ ସୂଚନା ଦେଇଥିଲେ । ଏସପି ଅନିଲ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ରାତିତମାମ ଖୋଜାଖୋଜି କରାଯାଇଥିଲେ ହେଁ ସେମାନଙ୍କର ସନ୍ଧାନ ମିଳିନଥିଲା ।
ଆଜି ସକାଳ ପ୍ରାୟ ୭ଟାରେ ଚାରି ନାବାଳକ ଗାଁ ଭିତରେ ଥିବା ଶିବ ମନ୍ଦିର ନିକଟସ୍ଥ ବାନାହୁଳୀରେ ଥିବା ଦେଖି ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ କାହିଁକି ଓ କେଉଁ ପରିସ୍ଥିତରେ ସେମାନେ ସେଠାକୁ ଯାଇଥିଲେ ତାହା ସେମାନେ ସଠିକ ଭାବେ କହି ପାରୁନାହାନ୍ତି। ତେବେ ଚାରି ଶିଶୁ ଉଦ୍ଧାର ହେବାପରେ ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି ।
ନିଖୋଜ ୪ ନାବାଳକ ଉଦ୍ଧାର
ଦେବଗଡ଼ ଟିଙ୍କବୀର ଗାଁର ନିଖୋଜ ୪ ନାବାଳକ ଉଦ୍ଧାର
ଶିବ ମନ୍ଦିର ନିକଟ ବାନାହୁଳିରେ ଠାବ କଲେ ଗାଁଲୋକେ
ଗତକାଲି କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଯାଇ ଘରକୁ ଫେରି ନଥିଲେ
ରିଆମାଳ ଥାନାର ୨ଟି ପୋଲିସ ଟିମ୍ ଖୋଜାଖୋଜି କରିଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/22/missing-schoolboys-rescued-2026-01-22-09-09-50.jpg)