shotdown
ଭୁବନେଶ୍ୱର: କରୋନା ମହାମାରୀକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଅଗଷ୍ଟ ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ରାଜ୍ୟ ସରକାର ଲକଡାଉନ୍ ନିୟମରେ ସାମାନ୍ୟ କୋହଳ କରିବା ସହ ଚାରୋଟି ଜିଲ୍ଲା ସମେତ ରାଉରକେଲା ସହରରେ ସପ୍ତାହାନ୍ତ ସଟଡାଉନ ନେଇ ଘୋଷଣା କରିଛନ୍ତି। ଏହି ଚାରି ଜିଲ୍ଲା ହେଲେ ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲା। ଏହି ଚାରୋଟି ଜିଲ୍ଲା ଓ ରାଉରକେଲାରେ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ୍ ରହିବ।
ତେବେ ରାଜ୍ୟ ସରକାର ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରଖିଛନ୍ତି। ରାତ୍ରକାଳୀନ କର୍ଫ୍ୟୁ ସମୟରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତାୟତ ବନ୍ଦ ରହିବ। ତେବେ ରାତ୍ରକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଜାରିବ। ଅତ୍ୟାବଶ୍ୟକ ସେବାରୋ ନିୟୋଜିତ କର୍ମଚାରୀ ଯିବାଆସିବା କରିପାରିବେ। ସେହିପରି ଶିଳ୍ପ କାରଖାନା ଓ ନିର୍ମାଣ କାର୍ଯ୍ୟ ପୂର୍ବପରି ଚାଲୁ ରହିବ।
ସଟଡାଉନ୍ ସମୟରେ ଜାତୀୟ ରାଜପଥ କଡ଼ରେ ଥିବା ଢାବା ଖୋଲା ରହିବ। ତେବେ ଢାବାରେ କୌଣସି ଲୋକ ବସି ଖାଇପାରିବେ ନାହିଁ। ଲୋକେ ଢାବାରୁ କେବଳ ଖାଦ୍ୟ ପାର୍ସଲ ଆଣିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shotdown_1625489898.jpg)