/odishatv-khabar/media/post_attachments/uploadimage/library/16_9/16_9_0/polish_1626686109.jpg)
polish
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ରାଜ୍ୟରେ ପୁଲିସ ବିଭାଗରେ ସ୍ୱଚ୍ଛତା ଆଣିବାପାଇଁ ଓ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାପାଇଁ ମୋ ସରକାର ଜରିଆରେ ରାଜ୍ୟ ସରକାର ୫ଟି ଲାଗୁ କରିଛନ୍ତି। ଅଥଚ ଏତେ ପରେବି ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।
ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ନିଜେ ପୁଲିସ ବିଭାଗରେ ଦୀର୍ଘଦିନ ଚାକିରୀ କରି ଏସ.ପି. ଭାବେ ଅବସର ଗ୍ରହଣ କରି ନ୍ୟାୟ ପାଇବାରୁ ବଞ୍ଚିତ ହେବାପରେ ପୁଲସ ଓ ବିଭିନ୍ନ ବିଭାଗରରେ ଥିବା କଳାକୁ ସଫା କରିବା ପାଇଁ ଗାନ୍ଧି ଜୟନ୍ତୀରୁ ଆରମ୍ଭ କରିଦେଇଛନ୍ତି ଜୋତା ପଲିସ କାର୍ଯ୍ୟକ୍ରମ।
ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବରଗଛ ମୂଳେ ଖାଲି ଦେହରେ ବସି ଜୋତା ପଲିସ କରୁଥିବା ଏହି ବ୍ୟକ୍ତି ଜଣଙ୍କ ହେଲେ ଉଜ୍ଜଲ କୁମାର ବ୍ରହ୍ମା । ୨୦୧୦ ମସିହା ଫେବ୍ରୁଆରୀରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜିନରେ ଏସ.ପି. ଭାବେ ପୁଲିସ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ସେ।
ଯିଏ ଦିନେ ଗୋଟିଏ କି ଦୁଇଟି ନୁହେଁ ଏକାଧିକ ଥାନାରେ ବଡ଼ ବାବୁ ଭାବେ କାମ କରି ଲୋକଙ୍କୁ ଦିନେ ନ୍ୟାୟ ଦେଉଥିଲେ, ସେ ଅବସର ପରେ ନିଜେ ପୁଲିସ ପାଖରୁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି । କେବଳ ସେ ନୁହଁନ୍ତି ଯେଉଁମାନଙ୍କୁ ବି ନେଇ ଥାନାକୁ ନ୍ୟାୟ ପାଇଁ ଯାଇଛନ୍ତି ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏତେସବୁ ପରେ ସେ ହୃଦୟଙ୍ଗମ କରିଛନ୍ତି ପୁଲିସ ବିଭାଗରେ ଦୀର୍ଘଦିନର ଚାକିରୀ ଜୀବନ ପରେବି ପୁଲିସ ଏବଂ ଅନ୍ୟ ବିଭାଗର ଥିବା କଳଙ୍କ ଲିଭିନି। ତେଣୁ ଗାନ୍ଧୀ ଜୟନ୍ତୀରୁ ଗାନ୍ଧୀଙ୍କ ବାର୍ତ୍ତାନେଇ ଆରମ୍ଭ କରିଦେଇଛନ୍ତି ଜନ ଜାଗରଣ ଉତ୍ସବ।
କିଛି ଦିନ ତଳେ ବାଲେଶ୍ୱର ଏସ.ପି.ଙ୍କ ଅଫିସ ସମ୍ମୁଖରେ ବସି ଜୋତା ପଲିସ କରୁଥିଲେ। ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଖାଲି ଦେହଲେ ନିଜ ଶରୀରରେ ଦୁର୍ନୀତିମୁକ୍ତ ବିଭିନ୍ନ ସ୍ଲୋଗାନର ଷ୍ଟିକର ଲଗାଇ ସେ ଆରମ୍ଭ କରିଦେଇଛନ୍ତି ଜୋତା ପଲିସ।
ଉଜ୍ଜଲ କୁମାର ବ୍ରହ୍ମାଙ୍କ ଘର ବାଲେଶ୍ୱର ସହରର ସହଦେବଖୁଣ୍ଟାରେ। ଗାନ୍ଧୀ ଜୟନ୍ତୀରୁ ବାଲେଶ୍ୱର ସହରର ସହଦେବଖୁଣ୍ଟା ଥାନାର ରାସ୍ତା କଡ଼ରେ ବସି ଜୋତା ସଫା କରିଥିବା ଦେଖିବାକୁ ମିଳିଥିଲା।
ବିଭିନ୍ନ ସମୟରେ ଘରୁ ସେ କାହାକୁ କିଛି ନକହି ବାହାରି ପଡନ୍ତି ଜୋତା ପଲିସ ପାଇଁ। ପଲିସି, ରଙ୍ଗ ଓ ବ୍ରସ ଧରି ରାସ୍ତା କଡ଼କୁ ଦୁର୍ନୀତି ନିବାରଣ ବିଭାଗରୁ ଏସ.ପି. ଭାବେ ଅବସର ନେବାପରେ ବି ପୁଲିସ ବିଭାଗର ଦୁର୍ନୀତି ଓ ଆବର୍ଜନାକୁ ସଫା କରିପାରିନଥିବା ଅତି କ୍ଷୋଭର ସହିତ କହିଛନ୍ତି ।
ଜୋତା ପଲିସ କରୁଥିବା ଗ୍ରାହକଙ୍କୁ ବି ସେହି ସମାନ କଥା କହୁଛନ୍ତି ଉଜ୍ଜଲ ବାବୁ। ଉଜ୍ଜଳ ବ୍ରହ୍ମାଙ୍କ ଏହି ଅଭିନବ ପ୍ରତିବାରୁ ଗୋଟିଏ କଥା ସ୍ପଷ୍ଟ ଭାବେ ବୁଝି ହେଉଛି , ପୁଲିସ ଓ ବିଭିନ୍ନ ବିଭାଗରେ ଦୁର୍ନୀତି ବିରୁଦ୍ଧରେ ତାଙ୍କର ଏହା ଏକ ଅଭିନବ ସଂଗ୍ରାମ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)