shoot
Advertisment
ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଭରତପୁର ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ। ଏକ ଘରୋଇ ହସ୍ପିଟାଲର ଆସିଷ୍ଟାଣ୍ଟଙ୍କୁ ଜଣେ ପୂର୍ବତନ ସେନା କର୍ମଚାରୀ ଗୁଳି କରିଥିବା ସୂଚନା ମିଳିଛି। କୁଞ୍ଜବିହାରୀ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ସେ ଗୁଳିକରିଥିବା କୁହାଯାଉଛି। ତାଙ୍କ ହାତରେ ଗୁଳି ବାଜି ସେ ଗୁରୁତର ଅବସ୍ଥାରେ ଅଛନ୍ତି।
Advertisment
ମିଳିଥିବା ସୂଚନା ଅନୁଯାୟୀ ନିଜର ଡବଲ ବ୍ୟାରେଲ୍ ରାଇଫଲରେ ସଂପୃକ୍ତ ପୂର୍ବତନ ସେନା କର୍ମଚାରୀ ଜଣକ ଗୁଳିକରିଛନ୍ତି। ତାଙ୍କ ନାଁ ଅଶ୍ୱିନୀ ରାଉତ। ତେବେ କାହିଁକି ସେ ଗୁଳି କଲେ ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାର ଖୋଳତାଡ଼ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shoot_1625348987.jpg)