tiktok-1
ଭଦ୍ରକ (ପାର୍ଥ ସାରଥୀ ନାୟକ) : ଆଁଖୋ ସେ ଦିଲ୍ ମେଁ ଉତର୍କେ ତୁ ମେରେ ଧଡ଼କନ୍ ମେଁ ହୈ…। ହିନ୍ଦୀ ଫିଲ୍ମ ଫରିବର ଏହି ରୋମାଣ୍ଟିକ୍ ଗୀତର ତାଳେ ତାଳେ ମାତିଛନ୍ତି ଫରେଷ୍ଟର। ଚାଲିଛି ଟିକ୍ଟିକ୍ ଭିଡିଓ ସୁଟିଂ। ୟୁନିଫର୍ମରେ ଥିବାବେଳେ ଏମିତି ଅନେକ ଗୀତରେ ଟିକ୍ଟିକ୍ ଭିଡିଓ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଫରେଷ୍ଟର। ୟୁନିଫର୍ମରେ ଥିବାବେଳେ ଜଣେ ବନ କର୍ମଚାରୀଙ୍କ ଟିକଟକ୍ ଭିଡିଓ ଏବେ ସୋଶାଲ ମିଡିଆ ଭାଇରାଲ ହେଉଛି। ତାଙ୍କ ନାଁ ପ୍ରଶାନ୍ତ ଦାସ। ସେ ଭଦ୍ରକ ଜିଲ୍ଲା ଧାମନଗର ବନ ବିଭାଗ କର୍ମଚାରୀ।
ପ୍ରଶାନ୍ତ ୟୁନିଫର୍ମରେ ଥିବାବେଳେ ହିନ୍ଦୀ, ଓଡ଼ିଆ ଚଳଚ୍ଚିତ୍ର ସହ ଆଲବମ ଗୀତର ପ୍ରାୟ ୭୦ ରୁ ଅଧିକ ଭିଡିଓ ଟିକଟକ୍ ଆଇଡିରେ ଅପଲୋଡ଼ କରିଛନ୍ତି। ପ୍ରଶାନ୍ତ ଅନେକ ଭିଡିଓ ଡ୍ୟୁଟି ସମୟରେ କରିଛନ୍ତି।
ଏହି ଭିଡିଓ ଗୁଡ଼ିକ ବନବିଭାଗ କାର୍ଯ୍ୟାଳୟ ଭିତରେ ଓ ବାହାରେ କରାଯାଇଛି। ଆଉ ଅଧିକାଂଶ ଭିଡିଓ କିଛି ଯୁବତୀଙ୍କ ସହ ଡୁଏଟ୍ କରି ଅପଲୋଡ଼ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ ପ୍ରଶାନ୍ତ ସମେତ ବନବିଭାଗର କିଛି କର୍ମଚାରୀ ୟୁନିଫର୍ମ ପିନ୍ଧି ତାସ୍ ଖେଳୁଥିବାର ଭଡିଓ ମଧ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି। ତେବେ ଏନେଇ ସଂପୃକ୍ତ ବନ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tiktok-1-1_1626691141.jpg)