Advertisment

ହାତୀଛୁଆର ମୃତ୍ୟୁକୁ ନେଇ ନିଲମ୍ୱିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡବିଲ୍‌ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ଦୁଇ ଦିନ ପୂର୍ବେ ଏକ ୪ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଦାୟିତ୍ୱରେ ଅବହେଳା ଦେଖାଇ ଗୁଆଲିର ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡକୁ ନିଲମ୍ୱନ କରିଛନ୍ତି କେନ୍ଦୁଝର DFO। ଖବର ଅନୁଯାୟୀ, ହାତୀପଲ ନଦୀକୁ ପାଣି ପିଇବାକୁ ଆସି ଫେରିବା ସମୟରେ ହାତୀଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି। ମୃତ ହାତୀଛୁଆର ନିକଟବର୍ତ୍ତୀ […]

ହାତୀଛୁଆର ମୃତ୍ୟୁକୁ ନେଇ ନିଲମ୍ୱିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

elephant

Advertisment

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡବିଲ୍‌ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ଦୁଇ ଦିନ ପୂର୍ବେ ଏକ ୪ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଦାୟିତ୍ୱରେ ଅବହେଳା ଦେଖାଇ ଗୁଆଲିର ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡକୁ ନିଲମ୍ୱନ କରିଛନ୍ତି କେନ୍ଦୁଝର DFO।

Advertisment

ଖବର ଅନୁଯାୟୀ, ହାତୀପଲ ନଦୀକୁ ପାଣି ପିଇବାକୁ ଆସି ଫେରିବା ସମୟରେ ହାତୀଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି। ମୃତ ହାତୀଛୁଆର ନିକଟବର୍ତ୍ତୀ ଅଞ୍ଚଳରୁ ହାତୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାରୁ ହାତୀଛୁଆର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁରା ମାମଲା ଉପରୁ ପରଦା ହଟିବ ବୋଲି ଆଲୋଚନା କରାଯାଉଛି।

ସୂଚନାଥାଉକି, କେନ୍ଦୁଝର ଜିଲ୍ଲାରେ ଗତ ୩ ମାସରେ ୫ଟି ହାତୀର ଅସ୍ୱାଭାବିକ ମୃତ୍ୟୁ ହୋଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ