Advertisment

ଜଙ୍ଗଲରେ ନିଆଁ ଲଗାଉଥିଲେ, ବନ ବିଭାଗ ହାତରେ ଧରାପଡ଼ିଲେ

ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରୁ ଗିରଫ କଲା ବନ ବିଭାଗ ୪୧୫ ଫୁଟର ଫାସ ଜବତ କଲା ବନବିଭାଗ ଠେକୁଆ ଶିକାର ଲାଗି କରୁଥିଲା ଫାସର ବ୍ୟବହାର କରଞ୍ଜିଆ: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଆଉ ଜଣେ ଶିକାରୀ ଗିରଫ ହୋଇଛି। ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ ଶିକାରୀକୁ ଗିରଫ କରିଛି ବନ ବିଭାଗ ।  ଗିରଫ ଶିକାରୀ ହେଲେ ଖଡ଼କୁଦ ଗାଁର […]

ଜଙ୍ଗଲରେ ନିଆଁ ଲଗାଉଥିଲେ, ବନ ବିଭାଗ ହାତରେ ଧରାପଡ଼ିଲେ

similipal forest fire

Advertisment
  • ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ
  • ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରୁ ଗିରଫ କଲା ବନ ବିଭାଗ
  • ୪୧୫ ଫୁଟର ଫାସ ଜବତ କଲା ବନବିଭାଗ
  • ଠେକୁଆ ଶିକାର ଲାଗି କରୁଥିଲା ଫାସର ବ୍ୟବହାର
Advertisment

କରଞ୍ଜିଆ: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଆଉ ଜଣେ ଶିକାରୀ ଗିରଫ ହୋଇଛି। ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ ଶିକାରୀକୁ ଗିରଫ କରିଛି ବନ ବିଭାଗ ।  ଗିରଫ ଶିକାରୀ ହେଲେ ଖଡ଼କୁଦ ଗାଁର ସାଲୁ ତିଉ । ଜଙ୍ଗଲରେ ନିଆଁ ଲଗାଇ ଶିକାର ପାଇଁ ଫାସ ବିଛାଇ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ସାଲୁକୁ ଗିରଫ କରିଛି ।

ଯୁବକକୁ ଗିରଫ କରିବା ପରେ ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟକୁ ଆଣି ଅଧିକା ପଚରାଉଚରା କରୁଛି ବନବିଭାଗ  । ଗିରଫ ଶିକାରୀ ପାଖରୁ ୨୨ ଟି ୪୧୫ ଫୁଟ ଲମ୍ବର ଫାସ ଜବତ ହୋଇଛି । ଠେକୁଆ ଶିକାର ପାଇଁ ଏହି ଫାସ ବ୍ୟବହାର କରୁଥିବା ଜଣାପଡିଛି । ଆଜି ଗିରଫ ଯୁବକକୁ କୋର୍ଟ ଚାଲାଣ କରିବ ବନଭିବାଗ । ଗତକାଲି ବାଦାମପାହାଡରୁ ନିଆଁ ଲଗାଇନ ଶିକାର କରୁଥିବା ବେଳେ ବନ ବିଭାଗ ଜଣଙ୍କୁ ଗିରଫ କରିଥିଲା ।

Advertisment

ସେପଟେ ଜଙ୍ଗଲ ନିଆଁ ରୋକିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଶିମିଳିପାଳ ଅଭୟାରଣ୍ୟ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଛି । ଭାରତୀୟ ବିକାଶ ପରିଷଦ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭାଇବା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଏଥିରେ ଆବେଦନ କରାଯାଇଛି ।

Advertisment

ଅନ୍ୟପଟେ ମୟୂରଭଞ୍ଜ ଶିମିଳିପାଳରେ ନିଆଁ ଲିଭା କାର୍ଯ୍ୟଅରେ ନିୟୋଜିତ ଅଛନ୍ତି ଓଡ୍ରାଫ ଟିମ୍ । ୨ଟି ଓଡ୍ରାଫ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି । ମୟୂରଭଞ୍ଜ ଆରସିସିଏଫଙ୍କୁ ଏନେଇ ଓଡ୍ରାଫ ଟିମ୍ ରିପୋର୍ଟ କରିବେ । ପିଠାବଟା ରେଞ୍ଜ ଅଞ୍ଚଳରେ ୫ମ ବାଟାଲିୟନର ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି । ହେଲେ ବାଲେଶ୍ୱର ଓଡ୍ରାଫ ଟିମ୍ ଯଶିପୁର ରେଞ୍ଜ ଅଞ୍ଚଳରେ ନିୟୋଜିତ ଅଛନ୍ତି । ଏନେଇ ଏସଆରସି କାର୍ଯ୍ୟାଳୟ ସହ ଓସଡମା ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି । ୬ଟି ରେଂଜର ୧୨ଟି ବିଟ୍ ଅଂଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ ରିପୋର୍ଟରୁ ଜଣାପଡିଛି । ବରେହିପାଣି, ଗୁଡୁଗୁଡିଆ, ତାଳବନ୍ଧ, କେନ୍ଦୁମୁଣ୍ଡି, ଚହଲା, ନଅଣା ରେଂଜରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ବନବିଭାଗ ସହ ୪ଟି ଅଗ୍ନିଶମ ବିଭାଗର ଟିମ୍ ଶିମିଳିପାଳ ଭିତରକୁ ଯାଇଛନ୍ତି ।

Fire In Similipal Forest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ