Advertisment

ଏହି ସୂଚନା ଦେଲେ ବନ ବିଭାଗ ପୁରସ୍କୃତ କରିବ

ଆଠଗଡ଼(ନୀଳକଣ୍ଠ ଦୋରା): ବଜ୍ରକାପ୍ତା ଚାଲାଣ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କା। ବଜ୍ରକାପ୍ତା ଚୋରା ଚାଲାଣ ରୋକିବା ପାଇଁ ବନ ବିଭାଗ ଏପରି ଯୋଜନା କରିଛି। ଏହାଛଡ଼ା ଚାଲାଣକାରୀଙ୍କ ଫଟୋ ଥାନା ଓ ବନଖଣ୍ଡ କାର୍ଯ୍ୟାଳୟରେ ଲଗାଯିବ। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା। ଓଡ଼ିଶାରୁ ବିଦେଶକୁ ଚାଲାଣ ହେଉଛି ବଜ୍ରକାପ୍ତା। ଏଥିପାଇଁ ପ୍ରତ୍ୟକ ଦିନ ପଦାକୁ ଆସୁଛି ନୂଆ ନୂଆ ତଥ୍ୟ। ଚାଲାଣକାରୀ ବଜ୍ରକାପ୍ତା ଉପରେ ୧୦ ଟଙ୍କିଆ ନୋଟ୍‌ […]

ଏହି ସୂଚନା ଦେଲେ ବନ ବିଭାଗ ପୁରସ୍କୃତ କରିବ

pangolin

Advertisment

ଆଠଗଡ଼(ନୀଳକଣ୍ଠ ଦୋରା): ବଜ୍ରକାପ୍ତା ଚାଲାଣ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କା। ବଜ୍ରକାପ୍ତା ଚୋରା ଚାଲାଣ ରୋକିବା ପାଇଁ ବନ ବିଭାଗ ଏପରି ଯୋଜନା କରିଛି। ଏହାଛଡ଼ା ଚାଲାଣକାରୀଙ୍କ ଫଟୋ ଥାନା ଓ ବନଖଣ୍ଡ କାର୍ଯ୍ୟାଳୟରେ ଲଗାଯିବ। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା।

Advertisment

ଓଡ଼ିଶାରୁ ବିଦେଶକୁ ଚାଲାଣ ହେଉଛି ବଜ୍ରକାପ୍ତା। ଏଥିପାଇଁ ପ୍ରତ୍ୟକ ଦିନ ପଦାକୁ ଆସୁଛି ନୂଆ ନୂଆ ତଥ୍ୟ। ଚାଲାଣକାରୀ ବଜ୍ରକାପ୍ତା ଉପରେ ୧୦ ଟଙ୍କିଆ ନୋଟ୍‌ ରଖାଯାଉଥିବା ଦେଖିବାକୁ ମିଳୁଛି। ଏହା ଅର୍ଥ ଥିଲା ବଜ୍ରକାପ୍ତାର ଓଜନ ୧୦ କିଲୋ। ଠିକ୍ ସେହିପରି ନୋଟ୍‌ର ଆଉ ଏକ ଗୁମର ପଦାକୁ ଆସିଛି। ଯିଏ ବଜ୍ରକାପ୍ତା ନେବେ, ସେ ଏକ ନୋଟ ବଜ୍ରକାପ୍ତା ଚାଲାଣକାରୀଙ୍କ ନିକଟକୁ ପଠାଇବା ସହ ଏହାର ନମ୍ବର ରଖିବ। ଚାଲାଣକାରୀ ସେଇ ନୋଟକୁ ବଜ୍ରକାପ୍ତା ଉପରେ ରଖି ଭିଡ଼ିଓ ପ୍ରସ୍ତୁତ କରି ଗ୍ରାହକଙ୍କ ନିକଟକୁ ପଠାଇବ। ଏହାର ଅର୍ଥ ଚାଲାଣକାରୀଙ୍କ ନିକଟରେ ବଜ୍ରକାପ୍ତା ଅଛି ବୋଲି ଗ୍ରାହକଙ୍କୁ ପ୍ରମାଣ ଦେବା। ତା’ପରେ ଯାଇ ବଜ୍ରକପ୍ତା ନେଇ ଡିଲ୍ ଚୂଡ଼ାନ୍ତ ହୁଏ। ଅନ୍ୟପକ୍ଷରେ ଚାଲାଣକାରୀଙ୍କ ନିକଟରୁ ମିଳିଥିବା ଆଉ ଏକ ଭିଡିଓରେ ବଜ୍ରକାପ୍ତା ଦେହରେ ଟେଷ୍ଟର ଲଗାଇ ଦେଖାଯାଉଛି। ତେବେ ଏହି ପରୀକ୍ଷାର ଅର୍ଥ କଣ ତାହା ସ୍ପଷ୍ଟ ହୋଇନାହିଁ।

publive-imageସେପଟେ ଗିରଫ ଅଭିଯୁକ୍ତଙ୍କ ରିମାଣ୍ଡରେ ଆଣିବା ପରେ ବଜ୍ରକାପ୍ତା ଚୋରା ଚାଲାଣ ପଛରେ ବଡ଼ ରାକେଟର ସନ୍ଧାନ ପାଇଛି ବନବିଭାଗ। ମୋବାଇଲ ଫୋନ୍‌ ତଥ୍ୟ ଅଧାରରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରାକେଟରେ ୨୫ରୁ ୩୦ ଜଣ ସଂପୃକ୍ତ ଥିବା ସୂଚନା ମିଳିଛି। ଏମାନଙ୍କ ସଂପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଥିବା ଫଳକ ପ୍ରସ୍ତୁତ କରି ବିଭିନ୍ନ ଥାନା ଓ ବନଖଣ୍ଡ କାର୍ଯ୍ୟାଳୟରେ ଲଗାଯିବ। ଏଥିସହିତ ବଜ୍ରକାପ୍ତା ଚୋରା ଚାଲାଣ ସମ୍ପର୍କରେ ଯିଏ ସୂଚନା ଦେବେ ତାଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ଡିଏଫ୍ଓ ସସ୍ମିତା ଲେଙ୍କା କହିଛନ୍ତି। ସେପଟେ ବଜ୍ରକାପ୍ତା ଚୋରା ଚାଲଣ ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଦରକାର ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

Advertisment

ବଜ୍ରକାପ୍ତା ଏକ ବିରଳ ପ୍ରାଣୀ। ତେବେ ବିଭିନ୍ନ କାରଣକୁ ନେଇ ଏହାର ମାଂସ, ଚମଡ଼ା ଓ ଅନ୍ୟାନ୍ୟ ଅଂଶର ବିଦେଶରେ ବେଶ ଚାହିଦା ରହିଛି। ତା’ସହିତ ଗୋଟିଏ ଗୋଟିଏ ବଜ୍ରକାପ୍ତା ବିଦେଶରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବାରୁ ଚୋରା ଚାଲାଣକାରୀ ଏହି ନିରୀହ ଜୀବକୁ ଟାର୍ଗେଟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ