Advertisment

କୋରାପୁଟ ଶ୍ରୀଜଗନ୍ନାଥ ମନ୍ଦିରରେ ଖୋଲିଲା ଫୁଡ୍ କୋର୍ଟ

କୋରାପୁଟ  : ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଆନୁକୂଲ୍ୟରେ ମନ୍ଦିର ପାହାଚ ନିକଟରେ ମାଣ୍ଡିଆ, ସୁଆଁ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟର ଫୁଡ଼ କୋର୍ଟ ଖୋଲାଯାଇଛି । ବାହାର ଅଂଚଳରୁ ଆସୁଥିବା ପର୍ଯ୍ୟଟକଙ୍କୁ କୋରାପୁଟର ନିଜସ୍ୱ ଖାଦ୍ୟ ସହ ପରିଚିତ କରାଇବା ଲକ୍ଷ୍ୟରେ ଏହି ଫୁଡ୍ କୋର୍ଟକୁ ଖୋଲାଯାଇଛି । ଏଠାରେ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ପାଇଁ ମାଣ୍ଡିଆର ପୁରୀ […]

କୋରାପୁଟ ଶ୍ରୀଜଗନ୍ନାଥ ମନ୍ଦିରରେ ଖୋଲିଲା ଫୁଡ୍ କୋର୍ଟ

food

Advertisment

କୋରାପୁଟ  : ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଆନୁକୂଲ୍ୟରେ ମନ୍ଦିର ପାହାଚ ନିକଟରେ ମାଣ୍ଡିଆ, ସୁଆଁ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟର ଫୁଡ଼ କୋର୍ଟ ଖୋଲାଯାଇଛି । ବାହାର ଅଂଚଳରୁ ଆସୁଥିବା ପର୍ଯ୍ୟଟକଙ୍କୁ କୋରାପୁଟର ନିଜସ୍ୱ ଖାଦ୍ୟ ସହ ପରିଚିତ କରାଇବା ଲକ୍ଷ୍ୟରେ ଏହି ଫୁଡ୍ କୋର୍ଟକୁ ଖୋଲାଯାଇଛି ।

Advertisment

publive-imageଏଠାରେ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ପାଇଁ ମାଣ୍ଡିଆର ପୁରୀ ,ଇଟିଲି , ବରା, ପକୋଡି, ରସଗୋଲା ତଥା ସୁଆଁର ଖିରି ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି । ଏହି  ଫୁଡ଼ କୋର୍ଟ ସମସ୍ତଙ୍କ ମନରେ ଆନନ୍ଦ ଆଣିଦେବା ସହିତ ପାରମ୍ପରିକ ଖାଦ୍ୟ ସେବନ କରିବା ଦିଗରେ ଏହା ଏକ ଆକର୍ଷଣର କେନ୍ଦ୍ର ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ