Advertisment

ସଟ୍‌ଡାଉନ୍‌ରେ ଲୁଚିକି ମାଛ ବିକ୍ରି କରୁଥିଲେ, ପହଞ୍ଚିଗଲା ପୋଲିସ୍‌

ରାଉରକେଲା: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କଟକଣା ଜାରି କରିଥିଲେ ମଧ୍ୟ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କ ବିରୋଧରେ ଆକ୍ସନ ନେବା ଲାଗି ପୋଲିସ୍‌ ମଧ୍ୟ ଆକ୍ସନ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସଟ୍‌ଡାଉନ୍‌ରେ ଲୁଚିକି ମାଛ ବିକ୍ରି କରୁଥିଲେ, ପହଞ୍ଚିଗଲା ପୋଲିସ୍‌

shutdown

ରାଉରକେଲା: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କଟକଣା ଜାରି କରିଥିଲେ ମଧ୍ୟ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କ ବିରୋଧରେ ଆକ୍ସନ ନେବା ଲାଗି ପୋଲିସ୍‌ ମଧ୍ୟ ଆକ୍ସନ ମୁଡ୍‌ରେ। କିଏ ଲକ୍‌ଡାଉନ୍‌ ବେଳେ ବଡ଼ ଧରଣର ବିବାହ ଭୋଜି ଆୟୋଜନ କରୁଛନ୍ତି ତ ଆଉ କିଏ ସଟ୍‌ଡାଉନ୍‌ ବେଳେ ଲୁଚାଛପାରେ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି।

Advertisment

ସଟ୍‌ଡାଉନ୍‌ ବେଳେ ଲୁଚାଛପାରେ ମାଛ ବିକ୍ରି କରିବା ବେଳେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ମାଛ ଜବତ ହୋଇଛି। ରାଉରକେଲାରେ ଆଜି ଏଭଳି କିଛି ଘଟଣା ଘଟିଛି। ରାଉରକେଲା ସହରର ଡେଲି ମାର୍କେଟ, ଟ୍ରାଫିକ୍ ଗେଟ୍ ବଜାର ଅଞ୍ଚଳରେ ସଟ୍‌ଡାଉନ୍‌ କଟକଣାକୁ ଉଲ୍ଲଘଂନ କରି ମାଛ ଓ ମାଂସ ବିକ୍ରି ହେଉଥିଲା। ଖବର ପାଇ ଆର୍‌ଏମ୍‌ସିର ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଓ ପ୍ଲାଣ୍ଟ୍‌ ସାଇଟ୍‌ ପୋଲିସ୍‌ର ମିଳିତ ଟିମ୍ ଚଢ଼ଉ କରିଥିଲେ। ୨ କ୍ୱିଣ୍ଟାଲ୍ ମାଛ ସହ ୧୦ କିଲୋରୁ ଅଧିକ ମଟନ୍ ଜବତ ହୋଇଥିଲା। ମାଛ, ମାଂସକୁ ଜବତ କରି ସେଥିରେ ବ୍ଲିଚିଂ ପାଉଡର୍‌ ପକାଇ ଏହାକୁ ନଷ୍ଟ କରିବା ସହ ଡପିଂ ୟାର୍ଡରେ ଫିଙ୍ଗା ଯାଇଥିଲା। ହେଲେ ଏହାକୁ ବିକ୍ରି କରୁଥିବା ଦୋକାନୀମାନେ ପୋଲିସ୍‌କୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହେଲେ ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଧରିବା ସହ ତାଙ୍କ ନିକଟରୁ ୫ ହଜାର ଟଙ୍କା ଫାଇନ୍‌ ଆଦାୟ କରାଯାଇଥିବା ଜଣାପଡ଼ିଛି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ସୂଚନାଥାଉ କି, କନ୍ଧମାଳ ଜିଲ୍ଲାରେ ଜଣେ ବ୍ୟକ୍ତି ବଡ଼ ଧରଣର ବିବାହ ଭୋଜି ଆୟୋଜନ କରିବା ସହ ଭୋଜିରେ ଶତାଧିକ ଲୋକଙ୍କୁ ଆମନ୍ତ୍ରଣ କରିଥିଲେ। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଭୋଜି ରୋକିବା ସହ ଭୋଜି ଆୟୋଜନ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ

ଗତକାଲି ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୦,୬୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧି ପାଇଛି। ପୁଣି ଥରେ ତାଲିକାର ଶୀର୍ଷରେ ରହିଛି ଖୋର୍ଦ୍ଧା ଏବଂ ତା ପଛକୁ ସୁନ୍ଦରଗଡ଼ ଏବଂ କଟକ ରହିଛି ।  ସେହିପରି ରାଜ୍ୟରେ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ୧୯ ଜଣ ସଂକ୍ରମିତ । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୮୦କୁ ବୃଦ୍ଧି ପାଇଛି।

Advertisment
Advertisment