/odishatv-khabar/media/post_attachments/uploadimage/library/16_9/16_9_0/tapaswi_1626689510.jpg)
tapaswi
ଭୁବନେଶ୍ୱର : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ। ଏହା ପ୍ରମାଣ କରି ଦେଖାଇଛନ୍ତି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ଦୃଷ୍ଟିହୀନ ତପସ୍ୱିନୀ ଦାସ । ସେ ଏହି ପରୀକ୍ଷାରେ୧୬୧ ରାଙ୍କ ହାସଲ କରିଛନ୍ତି ।
ଭୁବନେଶ୍ୱରରେ ଜନ୍ମ ହୋଇଥିବା ତପସ୍ୱିନୀ , ଡିଏଭି ଚନ୍ଦ୍ର ଶେଖରପୁରରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ନିଜର ଦୃଷ୍ଟି ଶକ୍ତି ହରାଇ ଥିଲେ । ପରେ ସେ ନିଜର ଏହି ଦୃଷ୍ଟିହୀନ ଦିବ୍ୟାଙ୍ଗତାକୁ ନେଇ ଭିମଭୋଇ ସ୍କୁଲରେ ପଢ଼ିଲେ ଏବଂ ଯୁକ୍ତ ୨ ଓ ଗ୍ରାଜୁଏସନ , ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଶେଷ କଲେ ।
ଓଟିଭିକୁ ନିଜର ସାକ୍ଷାତକାରରେ ତପସ୍ୱିନୀ କହିଛନ୍ତି , ସେ ୧୬୧ତମ ରାଙ୍କ ପାଇ ବହୁତ ଖୁସି ଅଛନ୍ତି। କିନ୍ତୁ ସେ ଓଏଏସ୍ ଓ ପିଜି ଏକା ସମୟରେ ପ୍ରସ୍ତୁତ ସମୟରେ ଅସୁବିଧା ଅନୁଭବ କରୁଥିବା ସତ୍ତ୍ୱେ ଭାଙ୍ଗିପଡ଼ିନଥିଲେ । OAS ପରୀକ୍ଷା ପାଇଁ ସେ ଅପସନାଲ୍ ବିଷୟ ପଲିଟିକାଲ୍ ସାଇନ୍ସ ଓ ହିଷ୍ଟ୍ରି ରଖିଥିଲେ।
କୌଣସି ସ୍ୱତନ୍ତ୍ର ଷ୍ଟଡି ପ୍ଲାନ୍ ନରଖି ସାଧାରଣ ଭାବେ ସେ ପଢ଼ାପଢ଼ି କରୁଥିଲେ। ତପସ୍ୱିନୀ ଛାତ୍ରଛାତ୍ରୀଙ୍କୁ ଏହି ଉପଦେଶ ଦେଇଛନ୍ତି , -‘’ତୁମର ପ୍ରସ୍ତୁତି ସମୟରେ ଅନେକ ପ୍ରତିବନ୍ଧକ ଓ ଅସୁବିଧା ଆସିବ । କିନ୍ତୁ ତାକୁ ସହଜରେ ପ୍ରତିହତ କରିହେବ , ଯଦି ମନରେ ଦୃଢ଼ ଇଚ୍ଛାଶକ୍ତି ଥିବ । OASରେ ସଫଳତା ପାଇଁ କୌଣସି ସର୍ଟକଟ୍ ରାସ୍ତା ନାହିଁ , ଏହା ଏକ ଦୃଢ଼ ମନୋବଳର ଦୀର୍ଘ ଯାତ୍ରା । ଜଣକୁ ଏଥିରେ ସକରାତ୍ମକ ଭାବେ ରହିବାକୁ ହେବ । ”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)