/odishatv-khabar/media/post_attachments/uploadimage/library/16_9/16_9_0/cut-off-mark_1625319798.jpg)
cut off mark
ଭୁବନେଶ୍ୱର: ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ସେହିପରି ବିଜ୍ଞାନ ଓ ବାଣିଜ୍ୟରେ ମଧ୍ୟ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି।
Advertisment
- କଳାରେ କଟ୍ ଅଫ୍ ମାର୍କ ୭୨.୫% ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ୭୧.୮୩% ସହ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ରହିଛି। ୬୭.୮୩% ସହ ୩ୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି।
- ବିଜ୍ଞାନରେ ମଧ୍ୟ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ରେଭେନ୍ସାରେ ବିଜ୍ଞାନରେ କଟ୍ ଅଫ୍ ମାର୍କ ୮୯% ରହିଛି। ବିଜ୍ଞାନରେ ୮୮.୬% ସହ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ଓ ୮୬.୬୭% ସହ ୩ୟରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର ରହିଛି।
- ବାଣିଜ୍ୟରେ କଟ୍ ଅଫ୍ ମାର୍କ ୭୫.୮୩% ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ୭୫.୫% ସହ ୨ୟରେ ରାଉରକେଲା ସରକାରୀ ଜୁନିଅର କଲେଜ ଓ ବାଣିଜ୍ୟରେ ୭୪% ସହ ତୃତୀୟରେ ବିଜେବି ଜୁନିଅର କଲେଜ ରହିଛି।
ଆସନ୍ତା ୨୧ରୁ ୨୬ ତାରିଖ ଯାଏ ନାମଲେଖା ଚାଲିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)