Advertisment

ଆଜି ଓଡ଼ିଶାକୁ ଆସିବ କରୋନା ଟିକା

ଭୁବନେଶ୍ୱର: ଆଜି ଓଡ଼ିଶାକୁ ଆସିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସିବ। ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଆଜି ଟିକା ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖରୁ ସାରାଦେଶରେ ଆରମ୍ଭ ହେଉଛି କୋଭିଡ ଟିକାକରଣ ମହା ଅଭିଯାନ। ଏଥିପାଇଁ ମହାରାଷ୍ଟ୍ରସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କଡା ସୁରକ୍ଷା ବଳୟରେ ଫ୍ରିଜର ଥିବା ଅତ୍ୟାଧୁନିକ ଟ୍ରକ୍‌ରେ […]

ଆଜି ଓଡ଼ିଶାକୁ ଆସିବ କରୋନା ଟିକା

vaccine

Advertisment

ଭୁବନେଶ୍ୱର: ଆଜି ଓଡ଼ିଶାକୁ ଆସିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସିବ। ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଆଜି ଟିକା ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖରୁ ସାରାଦେଶରେ ଆରମ୍ଭ ହେଉଛି କୋଭିଡ ଟିକାକରଣ ମହା ଅଭିଯାନ। ଏଥିପାଇଁ ମହାରାଷ୍ଟ୍ରସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କଡା ସୁରକ୍ଷା ବଳୟରେ ଫ୍ରିଜର ଥିବା ଅତ୍ୟାଧୁନିକ ଟ୍ରକ୍‌ରେ କୋଭିଡ ଟିକାକୁ ବିମାନବନ୍ଦର ନିଆଯାଇଛି  ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ପଠାଯାଉଛି।

Advertisment

ସିରମ ଇନଷ୍ଟିଚ୍ୟୁଟ୍ ଏବଂ ସହଯୋଗୀ ସଂସ୍ଥା କୁଲ୍ ଏକ୍ସ କୋଲଡ୍ ଚେନ୍ ଲିମିଟେଡ୍ ଟିକା ପରିବହନ ଦାୟିତ୍ୱ ନେଇଛନ୍ତି। କୋଭିସିଲଡ ଟିକା ପାଇଁ ପୁନେର ସିରମ ଇନଷ୍ଟିଚ୍ୟୁଟ୍‌କୁ ୧ କୋଟି ୧୦ ଲକ୍ଷ ଡୋଜ୍ ଅର୍ଡର ମିଳିବା ପରେ ଟିକା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଟିକା ପରିବହନ ପାଇଁ ୧୪ ଟି ବିମାନ ପ୍ରସ୍ତୁତ ରହିଛି। ପ୍ରଥମ ବିମାନ ଭାବେ ସ୍ପାଇସ ଜେଟ୍‌ରେ ୪୫୬ଟି ବକ୍ସରେ ମୋଟ ୧୪ହଜାର ୫୯୨ ଟନ୍ ଓଜନର ଟିକା ପଠାଯାଇଛି। ଏଥିସହ ଅନ୍ୟ ବିମାନରେ ଚେନ୍ନାଇ, ଚଣ୍ଡୀଗଡ, କୋଲକାତା, ଗୁଜରାଟ, ହାଇଦ୍ରାବାଦ, ବିଜୟୱାଡା, ଭୁବନେଶ୍ୱର, ଗୌହାଟୀ, ବେଙ୍ଗଳୁରୁ, ପାଟନା ଏବଂ ଲକ୍ଷ୍ନୋକୁ ଟିକା ପଠାଯାଇଛି। ଦେଶରେ ଦୁଇଟି କୋଭିଡ୍ ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।

Advertisment

ଜିଏସଟିକୁ ମିଶାଇ ଟିକାର ପ୍ରତ୍ୟକ ଡୋଜ୍ ପିଛା ସରକାର ୨୧୦ ଟଙ୍କା ଦେବେ ବୋଲି ସେରମ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ମାଗଣା କୋଭିଡ୍ ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିସାରିଛନ୍ତି।

ଟିକାକରଣ ନେଇ ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରୟାସ କରିଛି ସ୍ୱାସ୍ଥ୍ୟ ବିଭାଗ। ଏକ୍ ପ୍ରେସମିଟ୍‌ରେ ସୂଚନା ଦିଆଯାଇଛି ଯେ, ଗର୍ଭବତୀମାନେ ବି ଟିକା ନେଇପାରିବେ, କିନ୍ତୁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ୧୮ ବର୍ଷରୁ ଅଧିକ ବୟସ ହୋଇଥିଲେ ହିଁ ଟିକା ନେଇପାରିବେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ୍ ଟିକା ମାଗଣାରେ ଦିଆଯିବାକୁ ଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେବାର ବ୍ୟବସ୍ଥା ବର୍ତ୍ତମାନ ନାହିଁ କିନ୍ତୁ ଅନ୍ୟ କୋଭିଡ୍ ଯୋଦ୍ଧା ଓ ବୟସ୍କମାନଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। କମ୍ ସମୟ ମଧ୍ୟରେ ଟିକା ଆସିଥିବାରୁ ତାକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି ତାର ଉତ୍ତର ରଖିଛି ସ୍ୱାସ୍ଥ୍ୟ ବିଭାଗ। କୋଭିଡ୍ ଭ୍ୟାକସନ୍ ନିରାପଦ ଓ ଫଳପ୍ରଦ ଯଦିଓ ଟିକା ନେବା ବାଧ୍ୟତାମୂଳକ ନୁହେଁ କିନ୍ତୁ ଟିକା ନେବା ଉଚିତ୍ ବୋଲି କୁହାଯାଇଛି। ତେବେ ଅତି ଗୁରୁତର ରୋଗୀ ଓ ଯେଉଁମାନଙ୍କର ଟିକା ପ୍ରତି ଆଲର୍ଜି ରହିଛି ସେମାନଙ୍କୁ କୋଭିଡ୍ ଟିକା ଦିଆଯିବ ନାହିଁ।

Advertisment

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ