puri
ପୁରୀ : ପୁରୀରେ ଛାତ୍ରଙ୍କୁ ଗୁଳିମାଡ଼ ପରେ ଉତ୍ତେଜନା । ଗତରାତିରେ ହେରାଗୋହରୀ ସାହି ବୋର୍ଡିଂ ଛକ ଦେଇ ସାଇକେଲ୍ରେ ଯାଉଥିବା ବେଳେ ଆୟୁର୍ବେଦ କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଜନ୍ମେଜୟ ମନ୍ତ୍ରୀଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ ।
ଦୁଇଜଣ ଦୁର୍ବୃତ୍ତ ବାଇକ୍ରେ ଆସି ପ୍ରଥମେ ତାଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବାରୁ ତାଙ୍କୁ ମାଡ଼ ମାରିବା ସହ ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ ପାପୁଲିରେ ଗୁଳି ବାଜିଛି। ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଥିବା ବେଳେ, ତୁରନ୍ତ ଦୁର୍ବୃତ୍ତଙ୍କୁ ଧରିବା ଦାବିରେ କଲେଜର ଛାତ୍ରଛାତ୍ରୀମାନେ ଅଧରାତି ଯାଏଁ ରାସ୍ତାରୋକ କରିଥିଲେ। ଭିଆଇପି ରୋଡ୍ରେ ଟାୟାର୍ ଜାଳି ଶତାଧିକ ଛାତ୍ରଛାତ୍ରୀ ରାସ୍ତାରୋକ୍ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/puri_1626691622.jpg)