Advertisment

Firecrackers: ଆଜି ଆଲୋକର ପର୍ବ ଦୀପାବଳୀ; ବାଣ ଫୁଟାଇବେ ୨ ଘଣ୍ଟା, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର ଓ କଟକରେ ବାଣଫୁଟା ପାଇଁ ୨ ଘଣ୍ଟା ଅନୁମତି। ସଂଧ୍ୟା ୭ରୁ ରାତି ୯ଟା ଯାଏଁ ବାଣଫୁଟା ଅନୁମତି ଦେଇଛି କମିଶନରେଟ ପୋଲିସ। ୯’ଟା ପରେ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ।

Firecrackers

Firecrackers Photograph: (OTV)

Advertisment

ଭୁବନେଶ୍ବର ଓ କଟକରେ ବାଣଫୁଟା କଟକଣା। ସଂନ୍ଧ୍ୟା ୭ ଟା ଠାରୁ ୯ ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି। କମିଶନରେଟ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨ ଘଣ୍ଟାର ଅନୁମତି ସମୟ ଭିତରେ ବାଣ ଫୁଟାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।
ଏଥି ସହିତ ରାତି ୯’ଟା ପରେ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଏହି ନିୟମକୁ ଉଲ୍ଲଂଘନ କରନ୍ତୁ ନାହିଁ ବୋଲି  ଲୋକମାନଙ୍କୁ ଅପିଲ କରାଯାଉଥିବା କହିଛନ୍ତି କଟକ ଡିସିପି। ଏହାସହ କାଳୀପୂଜା ଥିବାରୁ ମଣ୍ଡପ ଏବଂ ସମ୍ବେଦନଶୀଳ ସ୍ଥାନରେ ସ୍ୱତନ୍ତ୍ର ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି।

Advertisment

ଅଧିକ ଦେଖନ୍ତୁ:

Firecrackers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ