DEADBODY Photograph: (OTV)
ଶବ ଗୄହରେ ଜଳିଗଲା ମୃତଦେହ । ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶବ ଗୄହରେ ଅଗ୍ନିକାଣ୍ଡ । ଜଳିଗଲା ଜଣେ ମହିଳାଙ୍କ ମୃତ ଶରୀର। କଶିଆ ସାମୁଦ୍ରିକ ଥାନା ଅଧୀନ ଗୋପବନ୍ଧୁନଗର ପଞ୍ଚାୟତ ବିଦେଇପୁର ଅଞ୍ଚଳର ଯଶୋଦା ଡଗରା ନାମକ ଜଣେ ମହିଳା ପୋଖରୀରେ ବୁଡି ଯାଇଥିଲେ। ପରିବାର ଲୋକ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଶବ ଗୃହରେ ମୃତ ଶରୀରକୁ ରଖାଯାଇଥିଲା। ତେବେ କବାଟ ଖୋଲିକି ଦେଖିବା ବେଳକୁ ଶବଗୃହ ଭିତରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ମୄତ ଶରୀରରେ ନିଆଁ ଲାଗିଯାଇଥିବା ବେଳେ ଶବଗୃହରେ ଥିବା ଅନ୍ୟ ଜିନିଷ ମଧ୍ୟ ପୋଡିଯାଇଛି। ଘଟଣାସ୍ଥଳରେ କଶିଆ ସାମୁଦ୍ରିକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୄତ ଶରୀର ପାଖରେ ଲଗା ଯାଇଥିବା ଧୂପରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।
• ଶବ ଗୄହରେ ଜଳିଗଲା ମୃତଦେହ
• ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶବ ଗୄହରେ ଜଳିଗଲା
• ପୋଖରୀରେ ବୁଡ଼ି ମୃତ୍ୟୁ ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା
• ଧୂପରୁ ନିଆଁ ଲାଗି ଏପରି ଘଟିଥିବା ସନ୍ଦେହରେ ଛାନଭିନ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/04/deadbody-2025-11-04-11-06-52.jpg)