Advertisment

ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ କେତେ ଦାବି ରଖିବ ଓଡ଼ିଶା ?

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ କେତେ ପାଣ୍ଠି ପ୍ରଦାନ ପାଇଁ ଦାବି ରଖିବେ ରାଜ୍ୟ ସରକାର? ୨୦୨୦-୨୧ରୁ ୨୫-୨୬ ପର୍ଯ୍ୟନ୍ତ ରାଜ୍ୟକୁ କେତେ ଅର୍ଥ ଦରକାର ପଡ଼ିବ? କମିଶନଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିବା ଓ ମାର୍ଚ୍ଚ ୩୧ ସୁଦ୍ଧା ସଂଶୋଧିତ ଦାବିପତ୍ର ଦେବାକୁ କମିଶନ୍ କହିବାପରେ ପୁଣି ଥରେ ଆରମ୍ଭ ହୋଇଛି ହିସାବ ନିକାଶ। ରାଜ୍ୟର ବିକାଶ ପାଇଁ ୮ ଲକ୍ଷ ୨୪ ହଜାର କୋଟି ଟଙ୍କା ଦରକାର। ପ୍ରାକୃତିକ ବିପର୍ଯ୍ୟୟ ମୁକାଲିବା ଲାଗି ୧୫ […]

ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ କେତେ ଦାବି ରଖିବ ଓଡ଼ିଶା ?

g

Advertisment

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ କେତେ ପାଣ୍ଠି ପ୍ରଦାନ ପାଇଁ ଦାବି ରଖିବେ ରାଜ୍ୟ ସରକାର? ୨୦୨୦-୨୧ରୁ ୨୫-୨୬ ପର୍ଯ୍ୟନ୍ତ ରାଜ୍ୟକୁ କେତେ ଅର୍ଥ ଦରକାର ପଡ଼ିବ? କମିଶନଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିବା ଓ ମାର୍ଚ୍ଚ ୩୧ ସୁଦ୍ଧା ସଂଶୋଧିତ ଦାବିପତ୍ର ଦେବାକୁ କମିଶନ୍ କହିବାପରେ ପୁଣି ଥରେ ଆରମ୍ଭ ହୋଇଛି ହିସାବ ନିକାଶ।

Advertisment

publive-image

ରାଜ୍ୟର ବିକାଶ ପାଇଁ ୮ ଲକ୍ଷ ୨୪ ହଜାର କୋଟି ଟଙ୍କା ଦରକାର। ପ୍ରାକୃତିକ ବିପର୍ଯ୍ୟୟ ମୁକାଲିବା ଲାଗି ୧୫ ଶହ କୋଟି ଓ ପୁରୀର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ୨ହଜାର କୋଟି ଟଙ୍କାର ଅନୁଦାନ ଦେବାକୁ ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ଦାବି ଉତ୍ଥାପନ କରିଥିଲେ ରାଜ୍ୟ ସରକାର। ଆଉ ଏବେ କେତେ ଟଙ୍କା ମାଗିବ ଓଡ଼ିଶା? କାରଣ ପଞ୍ଚଦଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳ ଏକ ବର୍ଷ ବଢ଼ିବା ପରେ କମିଶନ ୨୦୨୦-୨୧ରୁ ୨୦୨୫-୨୬ ପଞ୍ଚବର୍ଷୀୟ ଯୋଜନା ଲାଗି ସଂଶୋଧିତ ଦାବିପତ୍ର ଲୋଡ଼ିଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ଏହା ଦେବାକୁ କୁହାଯାଇଛି।

publive-image

ଇଣ୍ଡଷ୍ଟ୍ରିଆଲ କରିଡରରେ ଓଡ଼ିଶାକୁ ସ୍ଥାନ, କୋଇଲା ରୟାଲ୍‌ଟି ସଂଶୋଧନ, ପାନୀୟ ଜଳ, ଜଳସେଚନ, କେବିକେ ଓ ସିଡ୍ୟୁଲ ଏରିଆ ପାଇଁ ଅଧିକ ଅନୁଦାନ ଦେବା ପାଇଁ ରାଜ୍ୟ ସରକାର ଦାବି କରିବେ। ତା’ସହ ଜିଏସ୍‌ଟି କ୍ଷତିପୂରଣ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଦାନ, କେନ୍ଦ୍ରୀୟ ଟିକସରେ ରାଜ୍ୟମାନଙ୍କ ଅଂଶ ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ଦାବି କରିବାର ସମ୍ଭାବନା ରହିଛି।

Advertisment

publive-image

ସଂଶୋଧିତ ଦାବିପତ୍ର ଦେଲାବେଳେ ଫୋକସ୍‌ରେ ରହିବ ପୁରୀ, ଲିଙ୍ଗରାଜ ଓ କୋଣାର୍କର ବିକାଶ। ଏସବୁ ପର୍ଯ୍ୟଟନ ସ୍ଥଳୀ ପାଇଁ ଅଧିକ ଅର୍ଥ ଦାବି କରିବାର ସମ୍ଭାବନା ରହିଛି। ସେପଟେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ବାତ୍ୟାକୁ ପ୍ରତିରୋଧ କରିପାରୁଥିବା ଭିତ୍ତଭୂମିର ବିକାଶ ପାଇଁ ମଧ୍ୟ ଅଧିକ ଅର୍ଥ ଦାବି କରିବେ ବୋଲି ବିଶେଷଜ୍ଞ କହିଛନ୍ତି।

publive-image

୨୦୧୧ ଜନଗଣନା ତଥ୍ୟ ଅନୁସାରେ ରାଜ୍ୟକୁ ଅର୍ଥ ପ୍ରଦାନ କରିବା ନେଇ କମିଶନ ସୁପାରିଶ କରିବେ। କିନ୍ତୁ ରାଜ୍ୟ ସରକାର ଜନସଂଖ୍ୟ ଓ ଦାରିଦ୍ର୍ୟ ହାର କମାଇ ଥିବାରୁ ୧୯୭୧ ଜନଗଣନା ଅନୁସାରେ ଅର୍ଥ ଦେବାକୁ ଦାବି କରିଥିଲେ। ୨୦୧୧ ଜନସଂଖ୍ୟା ଅନୁସାରେ ଅର୍ଥ ମିଳିଲେ ରାଜ୍ୟର ବିପୁଳ କ୍ଷତି ହେବ ବୋଲି ଆଶଙ୍କା କରାଯାଉଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ