Advertisment

ୱାର୍ଡ ସ୍ତରରେ ହେବ କରୋନା ମୁକାବିଲା

ଭୁବନେଶ୍ୱର: ଏଣିକି ପଞ୍ଚାୟତ ସ୍ତରରେ ନୁହେଁ ୱାର୍ଡ ସ୍ତରରେ ହେବ କରୋନା ମୁକାବିଲା। ରାଜ୍ୟର ପ୍ରତି ୱାର୍ଡରେ ଗଠନ ହେବ କରୋନା କମିଟି। କରୋନାର ମୁକାବିଲା ପାଇଁ ୱାର୍ଡ ସ୍ତରରେ ଲଢ଼େଇ ନେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟର ପ୍ରତି ୱାର୍ଡରେ ସର୍ଭିଲାନ୍ସ ଟିମ୍ ଏନେଇ କାର୍ଯ୍ୟ କରିବ । କରୋନାକୁ ନେଇ ସଚେତନତା, ସତର୍କତା ସହ ପଞ୍ଚାୟତ ସ୍ତରରେ ଯେଉଁ ଭଳି କାର୍ଯ୍ୟ […]

ୱାର୍ଡ ସ୍ତରରେ ହେବ କରୋନା ମୁକାବିଲା

asiti

Advertisment

ଭୁବନେଶ୍ୱର: ଏଣିକି ପଞ୍ଚାୟତ ସ୍ତରରେ ନୁହେଁ ୱାର୍ଡ ସ୍ତରରେ ହେବ କରୋନା ମୁକାବିଲା। ରାଜ୍ୟର ପ୍ରତି ୱାର୍ଡରେ ଗଠନ ହେବ କରୋନା କମିଟି। କରୋନାର ମୁକାବିଲା ପାଇଁ ୱାର୍ଡ ସ୍ତରରେ ଲଢ଼େଇ ନେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Advertisment

ରାଜ୍ୟର ପ୍ରତି ୱାର୍ଡରେ ସର୍ଭିଲାନ୍ସ ଟିମ୍ ଏନେଇ କାର୍ଯ୍ୟ କରିବ । କରୋନାକୁ ନେଇ ସଚେତନତା, ସତର୍କତା ସହ ପଞ୍ଚାୟତ ସ୍ତରରେ ଯେଉଁ ଭଳି କାର୍ଯ୍ୟ ହେଉଛି ତାହା ୱାର୍ଡ ସ୍ତରରେ ହେବ।

ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି କ୍ୟାବିନେଟ୍‌ରେ ନିଆଯାଇଛି । ଲକ୍‌ଡାଉନ୍‌ ପରେ ରାଜ୍ୟକୁ ଫେରିଥିବା ଦାଦନ ଶ୍ରମିକଙ୍କ ମଧ୍ୟରେ ଯେଉଁମାନେ ହିତାଧିକାରୀ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ କରାଯିବ ।

Advertisment

ସେହିପରି ଚଳିତ ମାସ ମାର୍ଚ୍ଚ ପରେ ୩ ଲକ୍ଷ ୧୮ ହଜାର ନୂଆ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି। ଆଜି ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୨ଟି ପ୍ରସ୍ତାବକୁ  ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିସିରେ କ୍ୟାବିନେଟ୍ ବୈଠକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ