lightening
ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁରରେ ଅଘଟଣ । ବଜ୍ରାଘାତରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାଁ ଅନନ୍ତ ଶବର । ସେ କାନ୍ଦୁଲ ଲଗାଇବା ପାଇଁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ବେଳେ ବଜ୍ରାଘାତ ହୋଇଥିଲା । ଏଥିରେ ଅନନ୍ତଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଥିବା ତାଙ୍କ ଝିଅ ଗୁରୁତର ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି ।
କିଛି ଦିନ ପୂର୍ବେ ଝାଡ଼ଖଣ୍ଡରେ ମଧ୍ୟ ବଜ୍ରପାତ ହୋଇଥିଲା । ଏଥିରେ ଏକାଥରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଝାଡ଼ଖଣ୍ଡ ଦୁମକା ତଥା ରାମଗଡ଼ ଜିଲ୍ଲାରେ ମଙ୍ଗଳବାର ଘଟିଥିଲା । ବଜ୍ରପାତରେ ଜଣେ ନାବାଳକ ସମେତ ପାଞ୍ଚ ଜଣ ପ୍ରାଣ ହରାଇଥିଲେ । ଏହାସହ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।
ମସଲିନା ଥାନା ଅନ୍ତର୍ଗତ କୁଞ୍ଜବନ ଗାଁରେ ବଜ୍ରପାତ ଯୋଗୁଁ ଶିବଶଙ୍କର ମୁର୍ମୁ ନାମକ ୧୦ ବର୍ଷିୟ ନାବାଳକର ମୃତ୍ୟୁ ହୋଇଥିଲା । ସନ୍ଧ୍ୟା ସମୟରେ ନିଜର ଦୁଇ ବନ୍ଧୁଙ୍କ ସହ ପଡ଼ିଆରୁ ଘେରାଏ ବୁଲି ବାହାରିଥିିବା ସମୟରେ ଏପରି ଦୁଃଖଦ ଘଟଣା ଘଟିଥିଲା । ସେହିପରି ଶିବଶଙ୍କର ଅନ୍ୟ ଦୁଇ ବନ୍ଧୁ ବଜ୍ରାଘାତ ଯୋଗୁଁ ବେହାସ ହୋଇ ଯାଇଥିଲେ ।
ଅନ୍ୟପଟେ କାଠକୁଣ୍ଡ ଥାନା ଅଞ୍ଚଳର କୋଡ଼ିଆ ଗାଁରେ ୨୮ ବର୍ଷିୟ ପ୍ରବୀଣ ଚିକୁ ନାକମ ବ୍ୟକ୍ତି ଘର ଅଗଣାରେ ଥିବାବେଳେ ବଜ୍ରପାତରେ ଜୀବନ ହାରିଛନ୍ତି । ଏତେ ଜୋରରେ ବଜ୍ରପାତ ହୋଇଥିଲା ଯେ, ତାଙ୍କ ସ୍ତ୍ରୀ କିଛି ଘଣ୍ଟା ଧରି ଦାଣ୍ଡ ଦୁଆରେ ବେହାସ ପଡ଼ି ରହିଥିଲେ । ସ୍ଥାନୀୟ ଅଧିକାରୀ କହିଛନ୍ତି ପୋଷ୍ଟମୋଟର୍ମ ପରେ ଉଭୟଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lightening_1625057762.jpg)