Advertisment

୫ବର୍ଷର ଶିଶୁକୁ ମାରି ଫୋପାଡ଼ିଦେଲା ସଇତାନ ବାପା

କେନ୍ଦୁଝର: ସଇତାନ ବାପାର ନୃଶଂସ କାଣ୍ଡ। ଜନ୍ମ କଲା ବାପା ସାଜିଲା ହତ୍ୟାକାରୀ। ରାଗର ବଶବର୍ତ୍ତୀ ହୋଇ ପାଞ୍ଚ ବର୍ଷର ଝିଅକୁ ମାରି ଖୋଲା ପଡ଼ିଆରେ ଫୋପାଡ଼ ଦେଲା ପିଶାଚ ବାପା। ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ରାଙ୍କି ମୁଣ୍ଡା ସାହିରେ। ମୃତ ଶିଶୁର ନାଁ ପୂଜା ମୁଣ୍ଡା। ଏନେଇ ପିଶାଚ ବାପା ସୋନୁଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଝିଅକୁ ତାର ବାପା ହତ୍ୟା କରିଥିବା ତା’ର ମାମୁଁ […]

୫ବର୍ଷର ଶିଶୁକୁ ମାରି ଫୋପାଡ଼ିଦେଲା ସଇତାନ ବାପା

kendhujar

Advertisment

କେନ୍ଦୁଝର: ସଇତାନ ବାପାର ନୃଶଂସ କାଣ୍ଡ। ଜନ୍ମ କଲା ବାପା ସାଜିଲା ହତ୍ୟାକାରୀ। ରାଗର ବଶବର୍ତ୍ତୀ ହୋଇ ପାଞ୍ଚ ବର୍ଷର ଝିଅକୁ ମାରି ଖୋଲା ପଡ଼ିଆରେ ଫୋପାଡ଼ ଦେଲା ପିଶାଚ ବାପା। ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ରାଙ୍କି ମୁଣ୍ଡା ସାହିରେ। ମୃତ ଶିଶୁର ନାଁ ପୂଜା ମୁଣ୍ଡା। ଏନେଇ ପିଶାଚ ବାପା ସୋନୁଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଝିଅକୁ ତାର ବାପା ହତ୍ୟା କରିଥିବା ତା’ର ମାମୁଁ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଖବର ଅନୁଯାୟୀ, ଆଜି ସକାଳେ ଏକ ଖୋଲା ପଡ଼ିଆର ମଝିରେ ଝିଅଟିର ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା। ପରେ ମୃତ ଶିଶୁଟି ସୋନୁ ମୁଣ୍ଡାର ଝିଅ ବୋଲି ଜାଣିବାକୁ ପାଇଥିଲା। ଶିଶୁଟିକୁ ତା’ର ବାପା ସୋନୁ ହତ୍ୟା କରିଥିବା ମାମୁଁ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ସୋନୁ ତା’ର ଶାଶୁକୁ ନିଆଁ ଲଗାଇ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ