Advertisment

ପତ୍ନୀ ସମେତ ୪ ଝିଅଙ୍କୁ ଫାର୍ସାରେ ହାଣି ପକାଇଲା ବାପା, ଜଣେ ଝିଅ ମୃତ

କୁଚିଣ୍ଡା(ଦେବେନ୍ଦ୍ର ବେହରା): ଯିଏ ହାତ ଧରି ଚାଲି ଶିଖାଏ ସେ ବାପା। ଦୁଃଖ ଦୁର୍ଦ୍ଦିନରେ ଯିଏ ଛାତ ହୋଇ ସନ୍ତାନକୁ ଛାଇ ଦେଇଥାଏ ସେ ବାପା। ହେଲେ ଯେଉଁ ମଣିଷ ନିଜ ସନ୍ତାନକୁ ଏମିତି ନିର୍ଦ୍ଦୟ ଭାବେ ହତ୍ୟା କରିପାରେ ସେ …

ପତ୍ନୀ ସମେତ ୪ ଝିଅଙ୍କୁ ଫାର୍ସାରେ ହାଣି ପକାଇଲା ବାପା, ଜଣେ ଝିଅ ମୃତ

murder

Advertisment

କୁଚିଣ୍ଡା(ଦେବେନ୍ଦ୍ର ବେହରା): ଯିଏ ହାତ ଧରି ଚାଲି ଶିଖାଏ ସେ ବାପା। ଦୁଃଖ ଦୁର୍ଦ୍ଦିନରେ ଯିଏ ଛାତ ହୋଇ ସନ୍ତାନକୁ ଛାଇ ଦେଇଥାଏ ସେ ବାପା। ହେଲେ ଯେଉଁ ମଣିଷ ନିଜ ସନ୍ତାନକୁ ଏମିତି ନିର୍ଦ୍ଦୟ ଭାବେ ହତ୍ୟା କରିପାରେ ସେ  ବାପା ନୁହେଁ, ପିଶାଚ। ଏମିତି ଜଣେ କଳଙ୍କିତ ବାପାଙ୍କ ନାରକୀୟ କାଣ୍ଡ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ।

Advertisment

ଗୋବିନ୍ଦପୁର ଥାନା ଯୌତୁକ ବାହାଲ ଗାଁରେ ବାପାର  ଫାର୍ସା ଛୋଟରେ ଝିଅର ମୃତ୍ୟୁ ହୋଇଛି। ସେତିକି ନୁହେଁ, ଅନ୍ୟ ତିନି ଜଣ ଝିଅ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ମା’ ଗୁରୁତର ହୋଇଛନ୍ତି। ଘଟଣାଟି ଥିଲା ଏମିତି।

ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡପୋଷ ଫାଣ୍ଡି ଅଧିନ ଯୌତୁକବାହାଲ ଗାଁର ବାସିନ୍ଦା ସୁଖୁ ଓରାମ । ଆଜି ଭୋରରୁ  ସୁଖୁ ଘରେ ଉନ୍ମତ୍ତ କାଣ୍ଡ ଭିଆଇଥିଲେ।  ଫାର୍ସାରେ ଆକ୍ରମଣ କରି ନିଜ ଜନ୍ମ କଲା ସାଢେ଼ ତିନି ବର୍ଷର ଝିଅ କୁ ହାଣି ହତ୍ୟା କରିଥିଲେ। ପରେ ଅନ୍ୟ ଝିଅ ଯାହାଙ୍କର ବୟସ ଯଥାକ୍ରମେ ୨ବର୍ଷ, ୫ବର୍ଷ ଓ ୧୨ବର୍ଷ ସେମାନଙ୍କୁ ମରଣାନ୍ତକ ଆକ୍ରାମଣ କରିଥିଲେ। ଶେଷରେ ନିଜ ପତ୍ନୀଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ସୁଖୁଙ୍କ ଆକ୍ରମଣରେ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି।  ସମସ୍ତଙ୍କୁ ଗଡପୋଷ ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶେଷରେ ସମସ୍ତଙ୍କୁ ଗୁରୁତର କରିବା ପରେ ନିଜେ ସୁଖୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ନିଜର ଗଳା କାଟି ଦେଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି।

Advertisment

ଖବର ପାଇ  ଗୋବିନ୍ଦପୁର ଓ ଗଡପୋଷ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।  ପରେ ସମସ୍ତଙ୍କୁ  ଚିକିତ୍ସା ପାଇଁ  ଡାକ୍ତରଖାନା ପଠାଇଥିବା ଜଣାପଡିଛି। ଗୋବିନ୍ଦପୁର ଓ ଗଡପୋଷ ପୋଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ