Advertisment

Father Dies on Son's Wedding Day: ପୁଅ ବରଗାଡି ତଳେ ଚାପି ହୋଇ ବାପାଙ୍କର ମୃତ୍ୟୁ, ବିବାହ ଶୋଭାଯାତ୍ରାରେ ଆସି ଶବ ହୋଇ ଫେରିଲେ

ପୁଅ ବାହା ପାଇଁ ଆସି ଶବ ହୋଇଗଲେ ବାପା। ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପା ମୃତ। ବଲାଙ୍ଗିର ମଣ୍ଡଳ ଗାଁରେ ବାହାଘର ଶୋଭାଯାତ୍ରା ବେଳେ ଅଘଟଣ।

Father Dies

Father Dies Photograph: (OTV)

Advertisment

ପୁଅ ବାହା ପାଇଁ ଆସି ଶବ ହୋଇଗଲେ ବାପା । ବାପା ଉପରେ ଚଢିଗଲା ବର ଗାଡି । ବାପାର ମୃତ୍ୟୁ ହୋଇଥିବା ବେଳେ କନ୍ୟାର ସଂପର୍କୀୟ ବଡ଼ଭାଇ ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ମଣ୍ଡଳ ଗାଁରେ ।

Advertisment

ଶୋଭାଯାତ୍ରାରେ ପୁଅ ବର ଗାଡି ଯାଉଥିବା ବେଳେ ବାପା ଆଗେ ଆଗେ ଚାଲିଥିଲେ। ବର ଗାଡି ଚଢିଯିବାରୁ ଘଟଣାସ୍ଥଳରେ ହିଁ ବାପାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ କନ୍ୟାର ସମ୍ପକୀୟ ବଡ଼ ଭାଇ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଉଛନ୍ତି ଚୈତନ୍ୟ ବାଗ ।

ଘର ବଲାଙ୍ଗୀର ସଦରଥାନା ଆମପାଳି ଗାଁରେ । ଗତକାଲି ପୁଅର ବରାତି ପାଇଁ ଆସିଥିଲେ । ଡ଼ିଜେ ବି ବାଜୁଥିଲା । ଲୋକ ବି ନାଚୁଥିଲେ । ଆଉ ସେହି ସମୟରେ ବର ବାପା ଉପରେ ବର ଗାଡି ଚଢିଯାଇଥିଲା । ବର ବାପାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ  ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବେଲପଡା ପୋଲିସ ଘଟଣାର ତଦନ୍ତ କରୁଛି ।

Advertisment

•    ପୁଅ ବାହା ପାଇଁ ଆସି ଶବ ହୋଇଗଲେ ବାପା
•    ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପା ମୃତ
•    ବଲାଙ୍ଗିର ମଣ୍ଡଳ ଗାଁରେ ବାହାଘର ଶୋଭାଯାତ୍ରା ବେଳେ ଅଘଟଣ
•    ବର ବେଶରେ ପୁଅ ବସିଥିବା କାର୍ ବାପା ଉପରେ ମାଡ଼ିଯିବାରୁ ଜୀବନ ଗଲା
•    କନ୍ୟା ପକ୍ଷର ଭାଇ ମଧ୍ୟ କାର ଚକା ତଳେ ଚାପି ହୋଇ ଗୁରୁତର
•    ଶବ ଗୃହରେ ବାପାଙ୍କ ମର ଶରୀର, ବାହା ହୋଇ ଦୁଃଖରେ ଫେରିଲେ ପୁଅ

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ