Nabarangpur Photograph: (OTV)
୨ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ମଲା ପରେ ବି ବାପାଙ୍କୁ ମିଳିଲାନି ଚାରିକାନ୍ଧ। ସାହି ଭାଇ ତ ଦୂରର କଥା, ନିଜ ବଡ଼ ପୁଅ ବି କାନ୍ଧ ଦେଲାନି ବାପାଙ୍କୁ। ଅଭିଯୋଗ ଆସିଛି, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଂଗ୍ରା ଗାଁରୁ। ମୃତକ ହେଲେ ଦୁର୍ଯ୍ୟୋଧନ ମାଝୀ। ତାଙ୍କର ୨ ଝିଅ ଓ ୨ ପୁଅ। କିନ୍ତୁ, ୨ ଝିଅ ଅନ୍ୟ ଜାତିରେ ବିବାହ କରିଥିଲେ।
ଏହି କାରଣକୁ ନେଇ ମୃତ୍ୟୁ ପରେ ଦୁର୍ଯୋଧନଙ୍କୁ କାନ୍ଧ ଦେଲେନି ସାହି ଭାଇ। ଏପରିକି ବଡ଼ ପୁଅ ବି ଆସିଲେନି। ଶେଷରେ କିଛି ଉପାୟ ନପାଇ ସାନ ପୁଅ ଶିବ ମାଝୀ, ଅନ୍ୟ ଜାତିରେ ବିବାହ କରିଥିବା ସାନ ଝିଅ , ମୃତକଙ୍କ ଭଉଣୀ ଏବଂ ଭାଣିଜୀ ମିଶି ଶବକୁ କାନ୍ଧ ଦେବା ସହ ଶ୍ମଶାନକୁ ନେଇ ସତ୍କାର କରିଥିଲେ ବୋଲି କହିଛନ୍ତି ମୃତକଙ୍କ ସାନ ପୁଅ। ତେବେ ଏନେଇ ବଡ଼ ପୁଅ କିମ୍ବା ଗ୍ରାମବାସୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/25/nabarangpur-2026-02-25-11-28-32.jpg)