Advertisment

ଡାଲି ପାଇଁ ବାପପୁଅଙ୍କ ଆତ୍ମହତ୍ୟା

ଭବାନୀପାଟଣା: ଡାଲି ପାଇଁ ବାପପୁଅଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଜୁଟାଗାଁରେ। ମଧ୍ୟାହ୍ନ ଭୋଜନବେଳେ ଦୀନବନ୍ଧୁ ଦାସଙ୍କ ସହିତ ପୁଅ ହନୁମାନ ଦାସଙ୍କ ଡାଲି ପାଇଁ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ କୀଟନାଶକ ପିଇ ଦେଇଥିଲେ ପୁଅ ହନୁମାନ। ପୁଅକୁ ଦେଖି ବାପା ଦୀନବନ୍ଧୁ ବି ସେଇ ବିଷରୁ ଅଧା ପିଇ ଦେଇଥିଲେ। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ […]

ଡାଲି ପାଇଁ ବାପପୁଅଙ୍କ ଆତ୍ମହତ୍ୟା

kalahandi-dead

Advertisment

ଭବାନୀପାଟଣା: ଡାଲି ପାଇଁ ବାପପୁଅଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଜୁଟାଗାଁରେ। ମଧ୍ୟାହ୍ନ ଭୋଜନବେଳେ ଦୀନବନ୍ଧୁ ଦାସଙ୍କ ସହିତ ପୁଅ ହନୁମାନ ଦାସଙ୍କ ଡାଲି ପାଇଁ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ କୀଟନାଶକ ପିଇ ଦେଇଥିଲେ ପୁଅ ହନୁମାନ।

Advertisment

ପୁଅକୁ ଦେଖି ବାପା ଦୀନବନ୍ଧୁ ବି ସେଇ ବିଷରୁ ଅଧା ପିଇ ଦେଇଥିଲେ। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ଘଟଣାରେ ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ