Advertisment

ପ୍ରଶାସନ ନଶୁଣିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବାପ, ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ପ୍ରଶାସନ ଶୁଣିଲାନି କି ପୋଲିସ୍ ସାହାଯ୍ୟ କଲାନି, ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ବାପା ଓ ଝିଅ। ଏଭଳି ସମ୍ଭେଦନଶୀଳ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପରଜଙ୍ଗ ଥାନା ଅଞ୍ଚଳର ରବି ବେହେରା ଓ ଝିଅ ସବିତା ବେହେରା। ଅଭିଯୋଗ ଅନୁସାରେ, ସ୍ଥାନୀୟ ସାଆନ୍ଦା ସରବେରେଣୀ ଗାଁର ରବି ବେହେରାଙ୍କ ଘର ଓ ଜମି ଗାଁର କିଛି ଲୋକ ଜୋରଜବରଦସ୍ତ ମାଡ଼ି ବସିବାକୁ […]

ପ୍ରଶାସନ ନଶୁଣିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବାପ, ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

father daughter

Advertisment

ଢେଙ୍କାନାଳ: ପ୍ରଶାସନ ଶୁଣିଲାନି କି ପୋଲିସ୍ ସାହାଯ୍ୟ କଲାନି, ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ବାପା ଓ ଝିଅ। ଏଭଳି ସମ୍ଭେଦନଶୀଳ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ।

Advertisment

ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପରଜଙ୍ଗ ଥାନା ଅଞ୍ଚଳର ରବି ବେହେରା ଓ ଝିଅ ସବିତା ବେହେରା। ଅଭିଯୋଗ ଅନୁସାରେ, ସ୍ଥାନୀୟ ସାଆନ୍ଦା ସରବେରେଣୀ ଗାଁର ରବି ବେହେରାଙ୍କ ଘର ଓ ଜମି ଗାଁର କିଛି ଲୋକ ଜୋରଜବରଦସ୍ତ ମାଡ଼ି ବସିବାକୁ ଚେଷ୍ଟା କରୁଛନ୍ତି। ସରପଞ୍ଚ, ତହସିଲଦାର ବି ଏଥିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ଘଟଣାକୁ ନେଇ ରବି ବେହେରା, ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଅଭିଯୋଗ ବାରମ୍ବାର କରିଛନ୍ତି। ତଥାପି ତାଙ୍କ ଗୁହାରି କେହି ଶୁଣୁନଥିବାରୁ ସେ ଆଜି କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଟାଉନ୍ ଥାନା ପୋଲିସ୍ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। ସେପଟେ ରବି ବେହେରାଙ୍କ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ