Advertisment

ମହାକାଶକୁ ପଠାଯିବ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଫାଷ୍ଟନର୍

ଭୁବନେଶ୍ୱର: ପୁଣିଥରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ କମାଲ। ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଫାଷ୍ଟନର୍ ବା ନଟ୍ ବୋଲ୍ଟକୁ ମହାକାଶକୁ ପଠାଯିବ। ମହାକାଶରେ ଏସବୁ ନଟ୍ ବୋଲ୍ଟ ତିଷ୍ଠି ପାରୁଛି ନା ନାହିଁ ତାର ପରୀକ୍ଷା ହେବ। ଜୁନ୍ ୨୪ରେ ନାସା ଏହାକୁ…

author-image
Rajalaxmi Sahoo
ମହାକାଶକୁ ପଠାଯିବ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଫାଷ୍ଟନର୍

odisha

ଭୁବନେଶ୍ୱର: ପୁଣିଥରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ କମାଲ। ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଫାଷ୍ଟନର୍ ବା ନଟ୍ ବୋଲ୍ଟକୁ ମହାକାଶକୁ ପଠାଯିବ। ମହାକାଶରେ ଏସବୁ ନଟ୍ ବୋଲ୍ଟ ତିଷ୍ଠି ପାରୁଛି ନା ନାହିଁ ତାର ପରୀକ୍ଷା ହେବ। ଜୁନ୍ ୨୪ରେ ନାସା ଏହାକୁ ମହାକାଶକୁ ପଠାଇବ। ନାସା ପକ୍ଷରୁ ଆୟୋଜିତ କ୍ୟୁବ୍‌ସ୍‌ ଇନ୍ ସ୍ପେସ୍ ପ୍ରତିଯୋଗିତାରେ ୭୩ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ।

Advertisment

publive-image

ଆଗାମୀ ମହାକାଶ ମିଶନ ପାଇଁ ଚୟନ ହୋଇଛି ୟଙ୍ଗ୍ ଟିଙ୍କର୍ ଏକାଡେମୀର ୭ ଜଣିଆ ଟିମ୍‌ର ଏକ୍ସପେରିମେଣ୍ଟ। ୪ଟି ଭିନ୍ନ ଧାତୁରେ ତିଆରି ହୋଇଥିବା ଏହି ନଟ୍ ବୋଲ୍ଟର ବିକାଶ ପାଇଁ ୩ ମାସ ଦିନ ରାତି ଏକ କରିବାକୁ ପଡ଼ିଥିଲା ଏହି କିଶୋର ବୈଜ୍ଞାନିକଙ୍କୁ।

publive-image

ଜୁନ୍ ୨୪ରେ ନାସା ପକ୍ଷରୁ ମହାକାଶକୁ ପ୍ରେରଣ ହେବାକୁ ଥିବା ରକେଟ୍ ଏସ୍‌ଆର୍‌-7 ଜରିଆରେ ମହାକାଶକୁ ଯିବ ସେମାନଙ୍କ ଏକ୍ସପେରିମେଣ୍ଟ୍‌। ନାସା ଦ୍ୱାରା ମହାକାଶ ମିଶନ ପାଇଁ ଏହି ଏକ୍ସପେରିମେଣ୍ଟ ଚୟନ ହେବାପରେ ଟିମ୍‌ର ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏଥିରୁ ସେମାନଙ୍କୁ ମହାକାଶ ଗବେଷଣା ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଏହି କିଶୋର ବୈଜ୍ଞାନିକଙ୍କ ପ୍ରକଳ୍ପ ବିକାଶରେ ୟଙ୍ଗ୍ ଟିଙ୍କର୍ ଏକାଡେମୀର ୪ ଜଣିଆ ମେଣ୍ଟର ଟିମ୍ ସମସ୍ତ ପ୍ରକାର ସହାୟତା କରିଥିଲେ।

Advertisment

publive-image

ମହାକାଶ ପୃଷ୍ଠରୁ ଏହି ନଟ୍ ବୋଲ୍ଟ ସମ୍ବନ୍ଧୀୟ ତଥ୍ୟ ପାଇବାକୁ ଛାତ୍ରଛାତ୍ରୀମାନେ ଏକ କ୍ୟୁବ୍‌ ସାଇଜ୍ ସାଟେଲାଇଟ୍- YT ସାଟେଲାଇଟ୍ ବିକଶିତ କରିଛନ୍ତି।  ମହାକାଶରେ ନଟ୍ ବୋଲ୍ଡ ସମ୍ବନ୍ଧୀୟ ସବିଶେଷ ତଥ୍ୟ ୟଙ୍ଗ୍ ଟିଙ୍କର୍ ଟିମ୍‌କୁ ପଠାଇବ YT ସାଟେଲାଇଟ୍। ଏହି ଏକ୍ସପେରିମେଣ୍ଟରୁ ମିଳିବାକୁ ଥିବା ତଥ୍ୟ ଆଧାରରେ ଭବିଷ୍ୟତରେ ମହାକାଶ କାର୍ଯ୍ୟକ୍ରମରେ ଉପଯୁକ୍ତ ଫାଷ୍ଟନର୍‌କୁ ବ୍ୟବହାର କରାଯାଇପାରିବ ବୋଲି ମେଣ୍ଟର ଆଶା ରଖିଛନ୍ତି।

publive-image

ସୂଚନାଥାଉ କି, ଏହାପୂର୍ବରୁ ଏପ୍ରିଲ ମାସରେ ୟଙ୍ଗ୍ ଟିଙ୍କର୍ ଏକାଡେମୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ରୋଭୋର୍ ନାସାର ହ୍ୟୁମାନ୍‌ ଏକ୍ସପ୍ଲୋରେସନ୍ ରୋଭର୍ ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିଥିଲା। ସ୍ପେସ୍ ମିଶନର ଛୋଟ ଛୋଟ ଉପକରଣକୁ ପରୀକ୍ଷା କରାଇ ଭବିଷ୍ୟତର ସ୍ପେସ୍ ମିଶନକୁ ଅଧିକ ଭଲ କରାଯାଇପାରିବ ବୋଲି ୟଙ୍ଗ୍ ଟିଙ୍କର୍‌ର ସିଇଓ ତଥା ମେଣ୍ଟର କହିଛନ୍ତି।

publive-image

Advertisment
Advertisment