Advertisment

ଧାନ ବିକିବାକୁ ଆମ୍ବୁଲାନ୍ସରେ ଆସିଲେ ଚାଷୀ

ସୋନପୁର(ରବୀନ୍ଦ୍ର ହୋତା) : ଧାନ ବିକ୍ରୀ କରିବାକୁ ଆମ୍ୱୁଲାନ୍ସରେ ଆସି ପହଞ୍ଚିଲେ ଚାଷୀ। ହେଲେ ସରଭର ଡାଉନ୍‌ ଥିବାରୁ ଧାନ ବିକ୍ରି କରି ନ ପାରି ନିରାଶ ହୋଇ ଫେରିଗଲେ। ଏଭଳି ଏକ ଘଟଣା ନଜରକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରେ। ଯେଉଁଠି ଗୋବିନ୍ଦ ମିଶ୍ର ନାମକ ଚାଷୀ ନିଜର ଧାନ ବିକ୍ରୀ କରିବାକୁ ୧୨୦ କିଲୋମିଟର ଦୂର ବୁର୍ଲା ହସ୍ପିଟାଲରୁ ଆମ୍ୱୁଲାନ୍ସ ଯୋଗେ ପହଞ୍ଚିଥିଲେ ଧାନମଣ୍ଡିରେ। ଗତ କିଛିଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ […]

ଧାନ ବିକିବାକୁ ଆମ୍ବୁଲାନ୍ସରେ ଆସିଲେ ଚାଷୀ

ambulance

Advertisment

ସୋନପୁର(ରବୀନ୍ଦ୍ର ହୋତା) : ଧାନ ବିକ୍ରୀ କରିବାକୁ ଆମ୍ୱୁଲାନ୍ସରେ ଆସି ପହଞ୍ଚିଲେ ଚାଷୀ। ହେଲେ ସରଭର ଡାଉନ୍‌ ଥିବାରୁ ଧାନ ବିକ୍ରି କରି ନ ପାରି ନିରାଶ ହୋଇ ଫେରିଗଲେ। ଏଭଳି ଏକ ଘଟଣା ନଜରକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରେ। ଯେଉଁଠି ଗୋବିନ୍ଦ ମିଶ୍ର ନାମକ ଚାଷୀ ନିଜର ଧାନ ବିକ୍ରୀ କରିବାକୁ ୧୨୦ କିଲୋମିଟର ଦୂର ବୁର୍ଲା ହସ୍ପିଟାଲରୁ ଆମ୍ୱୁଲାନ୍ସ ଯୋଗେ ପହଞ୍ଚିଥିଲେ ଧାନମଣ୍ଡିରେ।

Advertisment

ଗତ କିଛିଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭଜବଳପୁର ଗାଁର ଗୋବିନ୍ଦ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ । ଦୁର୍ଘଟଣାରେ ଗୋବିନ୍ଦଙ୍କ ବାମ ଗୋଡ ଏବଂ ବାମ ହାତ ଭାଙ୍ଗିଯାଇଥିବାରୁ ବର୍ତ୍ତମାନ ସେ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ସରକାରଙ୍କ ନୂଆ ନିୟମ ଅନୁସାରେ ଧାନ ବିକ୍ରୀ କରିବାକୁ ଚାଷୀ ନିଜେ ଧାନମଣ୍ଡିରେ ଉପସ୍ଥିତ ରହିବା ସହ ଆଇରିସ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ସେପଟେ ଟୋକନ ଇସ୍ୟୁ ହେବାର ୧୫ ଦିନ ମଧ୍ୟରେ ମଧ୍ୟ ଧାନ ବିକ୍ରି କରିବାର ନିୟମ ରହିଛି। ଏପଟେ ଟୋକନ ତାରିଖର ଶେଷ ଦିନ ହୋଇଥିବାବେଳେ ସେପଟେ ଆଇରିସ ମଧ୍ୟ ବାଧ୍ୟତାମୂଳକ ହେବା ଘଟଣା ଗୋବିନ୍ଦଙ୍କୁ ଅଡୁଆରେ ପକାଇଲା।

Advertisment

ଏନେଇ ଗୋବିନ୍ଦ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ। କିନ୍ତୁ କେହି ନଶୁଣିବାରୁ ଶେଷରେ ବାଧ୍ୟ ହୋଇ ଗତକାଲି ସନ୍ଧ୍ୟାରେ ବୁର୍ଲାରୁ ଏକ ଆମ୍ୱୁଲାନ୍ସ ସାହାଯ୍ୟରେ ମହଦା ପେକ୍ସରେ ପହଞ୍ଚିଥିଲେ ଗୋବିନ୍ଦ। ହେଲେ ସର୍ଭର ଡାଉନ ଥିବାରୁ ଆଇରିସ ନେଲାନାହିଁ। ଫଳରେ ଗୋବିନ୍ଦ ଧାନ ବିକ୍ରୀ କରିନପାରି  ନିରାଶରେ ଫେରିଯାଇଥିବା ଦେଖିବାକୁ ମିଳିଥିଲା

ଗୋବିନ୍ଦ ୧୦୦ କ୍ୱିଣ୍ଟାଲ ଧାନ ବିକିବାକୁ ଟୋକନ ପାଇଥିବା ବେଳେ ପୁଣି କେବେ ତାଙ୍କୁ ଟୋକନ ମିଳିବ, ତାହା ଏବେ ଅନିଶ୍ଚିତତା ଘେରରେ ରହିଛି। ଅପରପକ୍ଷେ ତାଙ୍କ ଧାନ ଶୀତ, କାକରରେ ଖୋଲା ଆକାଶ ତଳେ ପଡ଼ି ରହିଥିବା ବେଳେ ଅସହାୟ ହୋଇ ପୁଣି ମେଡିକାଲକୁ ଫେରିଗଲେ ଗୋବିନ୍ଦ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ