Advertisment

କରୋନାରୁ ସୁସ୍ଥ ପରେ ଗାଁରୁ ବାସନ୍ଦ ହେଲେ ପରିବାର

family of a corona recovery person boycott in village

କରୋନାରୁ ସୁସ୍ଥ ପରେ ଗାଁରୁ ବାସନ୍ଦ ହେଲେ ପରିବାର

kendra

Advertisment

କେନ୍ଦ୍ରାପଡ଼ା: କରୋନାରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଚଣ୍ଡିଆଗଡ଼ି ପଞ୍ଚାୟତ ଅଞ୍ଚଳରୁ ଏହି ଅଭିଯୋଗ ଆସିଛି।

Advertisment

ଅଭିଯୋଗ ଅନୁଯାୟୀ, ଏହି ପଞ୍ଚାୟତର ଜଣେ ବ୍ୟକ୍ତି ବେଙ୍ଗାଲୋରରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ୧୨ ଦିନ ରହିବା  ପରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କୋଭିଡ ହସ୍ପିଟାଲରେ ୮ ଦିନ ଧରି ଚିକିତ୍ସା ପରେ ସେ ସୁସ୍ଥ ହୋଇ  ଘରକୁ ଫେରିଥିଲେ।

ସେ ସୁସ୍ଥ ହୋଇ ଫେରିବା ପରେ ଘରେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ତାଙ୍କୁ କୁହାଯାଇଥିଲା ଏବଂ ସେ ଗାଇଡଲାଇନ ପାଳନ କରି ଘରେ ରହିଥିଲେ। ହେଲେ ଏପରିସ୍ଥଳେ ତାଙ୍କ ପରିବାର ଲୋକଙ୍କୁ ଏକପ୍ରକାର ଗାଁରୁ ବାସନ୍ଦ କରିଦିଆଯାଇଥିବା ଅଭିଯୋଗ ହୋଇଛି। ଗାଁ ଦୋକାନକୁ ରାସନ ସାମଗ୍ରୀ ଆଣିବାକୁ ଗଲେ ସିଧାସିଧା ମନା କରିଦିଆଯାଉଥିବା ବେଳେ ନଳକୂପରୁ ପାଣି ଆଣିବା ପାଇଁ ବି ବାରଣ କରାଯାଉଛି।  ଅନ୍ୟପଟେ ଉପ-ଜିଲ୍ଲାପାଳ କହିଛନ୍ତି, ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ