Advertisment

କରୋନା ଭାଇରସ ଭୟ ; ଆତ୍ମୀୟଙ୍କ ମୃତଦେହକୁ ଛୁଇଁଲେନି ପରିବାର ଲୋକେ

ଜଳେଶ୍ୱର (ଅଜିତ ଦାସ): ପରିବାର ଭରଣପୋଷଣ ପାଇଁ ଜାପାନ ଯାଇଥିଲେ। ସେଠାରେ ଏକ ହୋଟେଲ୍‌ରେ କାମ କରୁଥିବା ବେଳେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଆରୁହାବୃତ୍ତି ଗାଁର ସେକ ମନ୍ତାଜଙ୍କ ମୃତ୍ୟୁ ଘଟିଥିଲା। ମାରାତ୍ମକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଯେଉଁଥିପାଇଁ ଆଜି ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଛୁଇଁବାକୁ ଦିଆଯାଇନଥିଲା। ମେଡିକାଲ୍‌ ଟିମ୍‌ ସଦସ୍ୟଙ୍କ ଉପସ୍ଥିତିରେ ମୃତଦେହ କବର ଦିଆଯାଇଛି। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଆରୁହାବୃତ୍ତି ଗାଁର ସେକ୍‌ […]

କରୋନା ଭାଇରସ ଭୟ ; ଆତ୍ମୀୟଙ୍କ ମୃତଦେହକୁ ଛୁଇଁଲେନି ପରିବାର ଲୋକେ

corona

Advertisment

ଜଳେଶ୍ୱର (ଅଜିତ ଦାସ): ପରିବାର ଭରଣପୋଷଣ ପାଇଁ ଜାପାନ ଯାଇଥିଲେ। ସେଠାରେ ଏକ ହୋଟେଲ୍‌ରେ କାମ କରୁଥିବା ବେଳେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଆରୁହାବୃତ୍ତି ଗାଁର ସେକ ମନ୍ତାଜଙ୍କ ମୃତ୍ୟୁ ଘଟିଥିଲା। ମାରାତ୍ମକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଯେଉଁଥିପାଇଁ ଆଜି ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଛୁଇଁବାକୁ ଦିଆଯାଇନଥିଲା। ମେଡିକାଲ୍‌ ଟିମ୍‌ ସଦସ୍ୟଙ୍କ ଉପସ୍ଥିତିରେ ମୃତଦେହ କବର ଦିଆଯାଇଛି।

Advertisment

ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଆରୁହାବୃତ୍ତି ଗାଁର ସେକ୍‌ ମନ୍ତାଜ ଓ ଯାଜପୁର ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଅଞ୍ଚଳର ସେକ୍‌ ବେହେରୁଦ୍ଦିନ୍‌ ଜାପାନ ଯାଇଥିଲେ। ଟୋକିଓରେ ଏକ ହୋଟେଲ୍‌ରେ ରୋଷେୟା ଭାବେ କାମ କରୁଥିବା ବେଳେ ଗତ ୨୯ ତାରିଖରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଗତକାଲି ଉଭୟଙ୍କ ମୃତଦେହ ଦିଲ୍ଲୀରେ ପହଞ୍ଚିଥିଲା। ଆଜି ଏକ ସ୍ୱତନ୍ତ୍ର ବିମାନରେ ଉଭୟଙ୍କ ମୃତଦେହ କୋଲକାତା ଅଣା ଯାଇଥିଲା। କୋଲକାତାରୁ ଉଭୟଙ୍କ ମୃତଦେହ ପୃଥକ୍‌ ଆମ୍ୱୁଲାନ୍ସରେ ସେମାନଙ୍କ ଗାଁକୁ ପଠାଇ ଦିଆଯାଇଛି।

ଭୋଗରାଇ ବ୍ଲକ ଆରୁହାବୃତ୍ତି ଗାଁରେ ସେକ୍‌ ମନ୍ତାଜଙ୍କ ମୃତଦେହ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଥିଲା। କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ପରିବାର ଲୋକଙ୍କୁ ମରଶରୀର ଦେଖିବାକୁ ବା ଛୁଇଁବାକୁ ଦିଆଯାଇନଥିଲା। ବାଲେଶ୍ୱର ସିଡିଏମ୍‌ଓଙ୍କ ନେତୃତ୍ୱରେ ଗଠିତ ୧୦ ଜଣିଆ ମେଡିକାଲ୍‌ ଟିମ୍‌ଙ୍କ ଉପସ୍ଥିତି ୪ ଜଣ ସମ୍ପର୍କୀୟ ସେକ୍‌ଙ୍କ ମରଶରୀରକୁ କବର ଦେଇଥିଲେ। ହେଲେ ପରିବାରର ଅନ୍ୟ କୌଣସି ବ୍ୟକ୍ତି ତାଙ୍କ ମରଶରୀରକୁ ଛୁଇଁବାକୁ ଦିଆଯାଇନଥିଲା। ଘଟଣାସ୍ଥଳରେ ବାଲେଶ୍ୱର ଉପଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ