Advertisment

ଜାଲି ସାର୍ଟିଫିକେଟ୍‌ , ନକଲି ଶିକ୍ଷକ

କୋରାପୁଟ ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଜାଲ୍ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ । ଜଣେ କି ଦୁଇ ଜଣ ନୁହେଁ, ୧୪ ଜଣ ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଜଣାପଡ଼ିଛି । କୋରାପୁଟରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ। ୨୦୧୮ ମସିହାରୁ ଦଶମନ୍ତପୁର ବ୍ଲକର ୨ ଜଣ ଶିକ୍ଷକ ନରେଶ କୁମାର ସୁବୁଦ୍ଧି ଓ କୁମାର ଚେଟୀ ଜାଲ ପ୍ରମାଣପତ୍ର ଦେଇ ଚାକିରି କରୁଥିଲେ। ପ୍ରମାଣପତ୍ର ଯାଂଚ ବେଳେ […]

ଜାଲି ସାର୍ଟିଫିକେଟ୍‌ , ନକଲି ଶିକ୍ଷକ

fake

Advertisment

କୋରାପୁଟ ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଜାଲ୍ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ ଜଣେ କି ଦୁଇ ଜଣ ନୁହେଁ, ୧୪ ଜଣ ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଜଣାପଡ଼ିଛି ।

Advertisment

publive-imageକୋରାପୁଟରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ। ୨୦୧୮ ମସିହାରୁ ଦଶମନ୍ତପୁର ବ୍ଲକର ୨ ଜଣ ଶିକ୍ଷକ ନରେଶ କୁମାର ସୁବୁଦ୍ଧି ଓ କୁମାର ଚେଟୀ ଜାଲ ପ୍ରମାଣପତ୍ର ଦେଇ ଚାକିରି କରୁଥିଲେ। ପ୍ରମାଣପତ୍ର ଯାଂଚ ବେଳେ ଏନେଇ ଜଣାପଡ଼ିବା ପରେ ଶିକ୍ଷା ବିଭାଗ ପକ୍ଷରୁ ଦଶମନ୍ତପୁର ଥାନାରେ ଏତଲା ଦିଆଯାଇଛି।

ଅପରପଟେ ଡି.ର୍ଗିଲିପୁଟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟବାନ ତୁରୁକ କହିଛନ୍ତି, ସେମାନେ ସ୍କୁଲରେ ସାର୍ଟିଫିକେଟ୍‌ କିଛି ଦେଇନାହାନ୍ତି । ଡିଇଓ ଅଫିସରେ ଦେଇଛନ୍ତି । ସେଥିପାଇଁ ତାଙ୍କର ସାର୍ଟିଫିକେଟ୍‌ ଫେକ୍‌ ବି ସଠିକ୍‌ ଆମେ ଜାଣିପାରୁନୁ । ସେ କେବଳ ଜଏନିଂ ରିପୋର୍ଟ ଦେଇଛନ୍ତି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସେ କିଛି ଜାଣିନାହାନ୍ତି ।

Advertisment

publive-imageଏବେ ଜିଲ୍ଲାର ୫ଶହରୁ ଅଧିକ ଶିକ୍ଷକ ସନ୍ଦେହ ଘେରରେ ରହିଛନ୍ତି। ସେମାନଙ୍କ ପ୍ରମାଣପତ୍ର ଯାଂଚ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ