Advertisment

ଶେଷରେ ଧରାପଡ଼ିଲା ନକଲି ଔଷଧ ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ଜେନା

ଭୁବନେଶ୍ୱର: ନକଲି ଔଷଧ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ଜେନାଙ୍କୁ ଗିରଫ କରାଯାଇଛି । ନକଲି ମେଡିସିନ କାରବାର କରୁଥିବା ସଂସ୍ଥାର MD ଥିବା ଶିବ ଜେନାଙ୍କୁ ଆଜି କ୍ରାଇମବ୍ରାଞ୍ଚ STF ଗିରଫ କରିଛି । ଗତକାଲି କ୍ରାଇମବ୍ରାଞ୍ଚ STF…

ଅଦ୍ୟତନ ହୋଇଛି
ଶେଷରେ ଧରାପଡ଼ିଲା ନକଲି ଔଷଧ ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ଜେନା

medicine

Advertisment

ଭୁବନେଶ୍ୱର: ନକଲି ଔଷଧ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ଜେନାଙ୍କୁ ଗିରଫ କରାଯାଇଛି । ନକଲି ମେଡିସିନ କାରବାର କରୁଥିବା ସଂସ୍ଥାର MD ଥିବା ଶିବ ଜେନାଙ୍କୁ ଆଜି କ୍ରାଇମବ୍ରାଞ୍ଚ STF ଗିରଫ କରିଛି

Advertisment

ଗତକାଲି କ୍ରାଇମବ୍ରାଞ୍ଚ STF ନକଲି ଔଷଧ ମାମଲାରେ କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ଜଣେ ନିର୍ଦ୍ଦେଶିକାଙ୍କ ସମେତ ୩ ଜଣଙ୍କୁ ଜେଲ୍ ପଠାଇଥିଲା।  ଏମାନେ ମାତ୍ର ୬୫ ଟଙ୍କାରେ ଗୋଟିଏ ଗୋଟିଏ ନକଲି ଫାଭିପିରାଭିର୍ ଷ୍ଟ୍ରିପ୍ କିଣି ତାକୁ ୧୨୯୦ ଟଙ୍କାରେ ବିକିବାକୁ ଯୋଜନା କରିଥିଲେ । ତେବେ ଏହି ଦୁର୍ନୀତିର ମୁଖ୍ୟ କୁହାଯାଉଥିବା ଶିବ ଜେନା ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ କ୍ରାଇମ ବ୍ରାଞ୍ଚ ଜାଲ ବିଛାଇ ଥିଲା।

ଏହି କାରବାରର ମାଷ୍ଟରମାଇଣ୍ଡ ତଥା କଂପାନୀ ମାଲିକ ଶିବ ପ୍ରସନ୍ନ ଜେନା  କଟକ କନିକା ଛକ ସ୍ଥିତ ମେଡ଼ିଲଏଡ୍ ମେଡ଼ିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ରେ ଚାଲିଥିଲା ଏହି ଭେଜାଲ୍ ଔଷଧ କାରବାର । ଗତକାଲି ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି କମ୍ପାନୀର ଅନ୍ୟତମ ନିର୍ଦ୍ଦେଶିକା ତଥା ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କ ପତ୍ନୀ, ମ୍ୟାନେଜର ପ୍ରୀତିରଞ୍ଜନ ପରିଡ଼ା ଏବଂ ଆଉ ଜଣେ ଗୋଦାମ ଇନ୍‌ଚାର୍ଜ ସତ୍ୟ ପ୍ରକାଶ ମହାନ୍ତି। 

Advertisment

କରୋନା ଚିକିତ୍ସା ପାଇଁ ବ୍ୟବହୃତ ଫାଭିପିରାଭିରର ଫାଭମ୍ୟାକ୍ସ-୨୦୦ ଏବଂ ଫାଭିମ୍ୟାକ୍ସ-୪୦୦ ବ୍ରାଣ୍ଡର ଔଷଧ ବିକ୍ରି ପାଇଁ ଆଣିଥିଲେ। ଏହି ଷ୍ଟ୍ରିପ୍‌ର ଦାମ ୬୫ ଟଙ୍କା। ତାଙ୍କୁ ୧୨୯୦ ଟଙ୍କା ଅର୍ଥାତ୍‌ ୨୦ ଗୁଣା ଦରରେ ବିକ୍ରି ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।

୧୦ ଜୁନ୍, ୨୦୨୧ରେ ମହାରାଷ୍ଟ୍ର ଡ୍ରଗ୍ସ କଣ୍ଟ୍ରୋଲରଙ୍କଠାରୁ ସୂଚନା ପାଇ କଟକ ସ୍ଥିତ ଏହି କମ୍ପାନୀରେ ପ୍ରଥମେ ଚଢ଼ାଉ କରିଥିଲେ ସ୍ଥାନୀୟ ଡ୍ରଗ୍ସ ଇନିସ୍ପେକ୍ଟର । କାରଣ ଏହି ସଂସ୍ଥା ହିମାଚଳପ୍ରଦେଶର ସୋଲାନ୍ ସ୍ଥିତ ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର କମ୍ପାନୀଠାରୁ ମଗାଇଥିଲା ଫାଭିମାସ୍କ-400 ଔଷଧ । କିନ୍ତୁ ତଦନ୍ତରେ ଜଣାପଡ଼ିଥିଲା ସୋଲାନ୍‌ରେ ଏଭଳି କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ ।

Advertisment

ଆଉ ଏହି ତଦନ୍ତ ଭିତରେ ଏହି ସନ୍ଦେହଜନକ କମ୍ପାନୀର ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଘଟଣାର ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ୩ଟି ଟିମ୍ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଚଢାଉ ଜାରି ରଖିଥିବା ବେଳେ କୁଆଡ଼େ ଖସିଗଲା ମାଷ୍ଟରମାଇଣ୍ଡ ଶିବ ପ୍ରସନ୍ନ ଜେନା ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ