Advertisment

କଟକରୁ ନକଲି କରୋନା ଔଷଧ ଜବତ ଘଟଣା, କମ୍ପାନୀ ମାଲିକକୁ ଜେରା ପାଇଁ ମୁମ୍ବାଇ ଗଲା STF

କଟକ: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣା । ଅଧିକ ଖୋଳତାଡ଼ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ STF ଟିମ୍ । ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବାକୁ ଗଲା ଟିମ୍ । ନକଲି କଂପାନୀ…

କଟକରୁ ନକଲି କରୋନା ଔଷଧ ଜବତ ଘଟଣା, କମ୍ପାନୀ ମାଲିକକୁ ଜେରା ପାଇଁ ମୁମ୍ବାଇ ଗଲା STF

favipiravir

Advertisment

କଟକ: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣା । ଅଧିକ ଖୋଳତାଡ଼ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ STF ଟିମ୍ । ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବାକୁ ଗଲା ଟିମ୍ । ନକଲି କଂପାନୀ ମାକ୍ସ ରିଲିଫ୍ ହେଲ୍ଥ କେୟାର ମୁଖ୍ୟ ହେଉଛି ସୁଦୀପ । ଡ୍ରଗ୍ସ ଲାଇସେନ୍ସ ଠକେଇ ମାମଲାରେ ସୁଦୀପକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଏବେ ସେ ଜେଲରେ ରହିଛି । ସୁଦୀପର ମାକ୍ସ କଂପାନୀରୁ ନକଲି ଔଷଧ ଆଣିଥିଲା କଟକ ସଂସ୍ଥା

Advertisment

କଟକରୁ ନକଲି ଫାଭିଫିରାଭିର୍ ଔଷଧ ଜବତ ଘଟଣା । ନକଲି ଔଷଧ ଜବତ ହୋଇଥିବା ଦୋକାନୀକୁ କଳାତାଲିକାଭୁକ୍ତ କଲା ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ । ଗତ ୧୧ ତାରିଖରେ ନକଲି ଔଷଧ ଜବତ ହେବାର ସୂଚନା ପରେ ଦୋକାନୀ ସହ ସମସ୍ତ ପ୍ରକାର ବ୍ୟବସାୟ ସମ୍ପର୍କ ଛିନ୍ନ କରିଥିଲା ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ।

ନକଲି ଔଷଧ ଜବତ ହୋଇଥିବା ଦୋକାନୀଙ୍କ ସହ ବ୍ୟବସାୟ ସମ୍ପର୍କ ଛିନ୍ନ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାର ଔଷଧ ଷ୍ଟକିଷ୍ଟ ଏବଂ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରାଜ୍ୟରେ ସମ୍ପୃକ୍ତ ବ୍ୟବସାୟୀ ଜଣଙ୍କ ଆଉ ଔଷଧ ବ୍ୟବସାୟ କରିପାରିବେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଗତ ୧୧ ତାରିଖରେ ଡ୍ରଗ୍ସ କଣ୍ଟ୍ରୋଲର ଚଢାଉ କରିବା ପରେ ସମ୍ପୃକ୍ତ ଦୋକାନୀଙ୍କ ପାଖରୁ ୧୭୦ ବକ୍ସ ନକଲି ଫାଭିଫିରିଭିର୍ ଔଷଧ ଜବତ ହୋଇଥିଲା । ଏହାସହ ଅନ୍ୟ ୨୭ ପେଟି ଔଷଧ ଜବତ ହୋଇଥିଲା ।

Advertisment

ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ । ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚେତାବନୀ ଦେଇଥିଲେ । ନକଲି ଫାଭିଫିରାଭିର ଜବତ ଘଟଣା ସାମ୍ନାକୁ ଆସିବା ପରେ, ବିଭିନ୍ନ ଜିଲ୍ଲାରେ ଔଷଧ ଦୋକାନ ଉପରେ ନଜର ରଖିବାକୁ ମନ୍ତ୍ରୀ ନବ ଦାସ କହିଥିଲେ ।

କଟକରୁ ନକଲି ମେଡିସିନ ଜବତ ପରେ ଏହାର ଲିଙ୍କ୍ ନେଇ ବଲାଙ୍ଗିରରେ ମଧ୍ୟ ଚଢାଉ ହୋଇଥିଲା । ବଲାଙ୍ଗିର ସହର ସୁଦପଡ଼ାସ୍ଥିତ ମୋଦି ଫାର୍ମାସ୍ୟୁଟିକାଲରେ ଚଢାଉ କରିଥିଲେ ଡ୍ରଗ୍ସ ଇନ୍ସପେକ୍ଟର । ଡ୍ରଗ୍ସ କଣ୍ଟ୍ରୋଲରଙ୍କଠାରୁ ସୂଚନା ପାଇ ଏହି ଚଢାଉ କରାଯାଇଥିଲା । ଥଣ୍ଡା କାଶ ପାଇଁ ବ୍ୟବହୃତ ମେଡିସିନ୍ ଜବତ କରାଯାଇ ଏହାକୁ ପରୀକ୍ଷା ପାଇଁ ଲ୍ୟାବ୍‌ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର କହିଥିଲେ । ଜବତ ହୋଇଥିବା ମେଡିସିନ୍ ସମ୍ପର୍କରେ ସଂପୃକ୍ତ ଫାର୍ମାସ୍ୟୁଟିକାଲ କୌଣସି କାଗଜପତ୍ର ଦେଖାଇ ପାରିନଥିଲା ।

Advertisment

ଏହାପରେ ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ପରେ ରାଜ୍ୟବ୍ୟାପୀ ଡୁପ୍ଲିକେଟ୍ ମେଡିସିନ୍ ବିରୋଧୀ ଡ୍ରାଇଭ୍ ଆରମ୍ଭ କରିଥିଲା ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ଔଷଧ ନାଁରେ ବିଷ ବିକୁଥିବା ଦୋକାନ ଓ ଗୋଦାମ୍ ଉପରେ ଚଢାଉ ବେଳେ ରାଉରକେଲା ଓ ବରଗଡ଼ ସମେତ ରାଜ୍ୟର ପ୍ରମୁଖ ସହରରୁ ବି ଜବତ ହୋଇଥିଲା ନକଲି ଔଷଧ ।

Corona Favifiravir COVID-19 Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ