Amit Shah Photograph: (OTV)
CISF ଯବାନଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଟକ ମୁଣ୍ଡଳିରେ CISFର ୫୭ ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ମୁଣ୍ଡଳି CISF କ୍ୟାମ୍ପରେ ଏଥିପାଇଁ ସ୍ବତନ୍ତ୍ର ଆୟୋଜନ ହୋଇଛି। CISFର ବାହାଦୂର ଯବାନ ମାନେ ଚିତ୍ତାକର୍ଷକ ପରେଡ୍ ଓ ତାସହ ଏକାଧିକ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଗୃହମନ୍ତ୍ରୀ ଶାହଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷ ସ୍ବାଗତ କରିଛନ୍ତି।
କଟକ ମୁଣ୍ଡଳି CISF କ୍ୟାମ୍ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମ୍ବୋଧନରେ କହିଛନ୍ତି, ମାର୍ଚ୍ଚ ୩୧ରେ ଦେଶ ନକ୍ସଲବାଦରୁ ମୁକ୍ତ ହେବ। ତିରୁପତିରୁ ପଶୁପତି ରେଡ୍ କରିଡର୍ ସ୍ବପ୍ନ ଦେଖୁଥିବା ଲୋକେ ପରାସ୍ତ ହେବେ। ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ନକ୍ସଲବାଦ ସଫା ହୋଇଯିବ।
ନକ୍ସଲବାଦର ମୂଳୋତ୍ପାଟନ ପାଇଁ CISFଙ୍କ ଭୂମିକା ବି ଗୁରୁତ୍ବପୂର୍ଣ୍ଣ। ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନାରେ ବି CISFଙ୍କ ବଡ଼ ଅବଦାନ ରହିଛି। ସେ ଆହରୁ କହିଛନ୍ତି, ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି CISF। ଦେଶର 'ଔଦ୍ୟୋଗିକ ବିକାଶର ସମ୍ଭାବନା CISF ବିନା ଅସମ୍ଭବ।
୨୦୪୭ ବିକଶିତ ଭାରତ ପାଇଁ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ। ୭୦ ବିମାନ ବନ୍ଦର ସହ ୩୬୧ଟି ପ୍ରମୁଖ ସଂସ୍ଥାନକୁ ସୁରକ୍ଷା ଦେଉଛି CISF। ଏବେ ବନ୍ଦରକୁ ବି ସୁରକ୍ଷା ଯୋଗାଇବେ CISF ଯବାନ। ଏହାସହ ସହିଦ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ, ସହିଦ ବାଜି ରାଉତଙ୍କୁ ବି ସ୍ମରଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/06/amit-shah-2026-03-06-14-00-15.jpg)