Advertisment

ଗାଁକୁ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ

ଗଞ୍ଜାମ : ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଯେଉଁଥିପାଇଁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଫଳରେ ଗର୍ଭ ଯନ୍ତ୍ରଣା ପାଉଥିବା ପ୍ରସୂତୀମାନଙ୍କୁ ଭାରରେ ବୋହି ନେଉଛନ୍ତି ପରିବାର ଲୋକେ। ଏଭଳି ଘଟଣା ବାରମ୍ବାର ଘଟିଥିଲେ ମଧ୍ୟ ପ୍ରଶାସନର ଚେତା ପସୁନି। ପୁଣି ଏମିତି ଏକ ଘଟଣା ଘଟିଛି । ଗାଁକୁ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ। ଫଳରେ ଅଧରାସ୍ତାରେ ପ୍ରସବ କରିବା ସହ ଏକ […]

ଗାଁକୁ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ

vara

Advertisment

ଗଞ୍ଜାମ : ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଯେଉଁଥିପାଇଁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଫଳରେ ଗର୍ଭ ଯନ୍ତ୍ରଣା ପାଉଥିବା ପ୍ରସୂତୀମାନଙ୍କୁ ଭାରରେ ବୋହି ନେଉଛନ୍ତି ପରିବାର ଲୋକେ। ଏଭଳି ଘଟଣା ବାରମ୍ବାର ଘଟିଥିଲେ ମଧ୍ୟ ପ୍ରଶାସନର ଚେତା ପସୁନି। ପୁଣି ଏମିତି ଏକ ଘଟଣା ଘଟିଛି । ଗାଁକୁ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ। ଫଳରେ ଅଧରାସ୍ତାରେ ପ୍ରସବ କରିବା ସହ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୋଲି ପଞ୍ଚାୟତରେ।

Advertisment

publive-imageଏହି ପଞ୍ଚାୟତର ଫୁଲ ସାହି ଗ୍ରାମର ତାରା ନାୟକ ନାମକ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରେ ଗାଁ ଲୋକେ ଏକ ଭାର ଯୋଗେ ତାଙ୍କୁ ବୋହି ଆଣୁଥିଲେ। ସେଠାରୁ ଆମ୍ବୁଲାନ୍ସରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥାନ୍ତେ। କିନ୍ତୁ ଫୁଲ ସାହି ଗ୍ରାମରୁ ମାତ୍ର ୫ କି.ମି ଆସିବା ପରେ ପ୍ରସବ ବେଦନା ବଢ଼ିବାରୁ ମହାଲିମ୍ବ ନିକଟରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।
ପରେ ମହିଳା ଜଣଙ୍କ ସୁସ୍ଥ ଥିବାରୁ ତାଙ୍କୁ ଗାଁକୁ ଫେରାଇ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ