Advertisment

Excise Officials Attacked: ବାର୍ ରେଡ୍ ବେଳେ ଅପ୍ରିତିକର ସ୍ଥିତି, ଅବକାରୀ ଅଧିକାରୀଙ୍କୁ ଆକ୍ରମଣ

ରେଡ୍ ବେଳେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ। ବାର୍ ରେଡ୍ ବେଳେ ଅପ୍ରିତିକର ସ୍ଥିତି। ମୁହାଁମୁହିଁ ଅସାମାଜିକ ବ୍ୟକ୍ତି ଓ ଅବକାରୀ ଅଧିକାରୀ। ୧୫୫ଟି ବାର୍, ପବ୍, କ୍ଲବରେ ରେଡ୍ କରିଛି ଅବକାରୀ।

Bar Raid

Bar Raid Photograph: (OTV)

Advertisment

ରେଡ୍ ବେଳେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ। ଗତକାଲି ରାତିରେ ଭୁବନେଶ୍ବରର ବିଭିନ୍ନ ବାର୍ ରେଡ୍ କରିଥିଲା ଅବକାରୀ ବିଭାଗ। ଏହି ସମୟରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ କିଛି ଅସାମାଜିକ ବ୍ୟକ୍ତି। ଅବକାରୀ ଅଫିସର୍ ୟୁନିଫର୍ମରେ ଥିବା ସତ୍ତ୍ବେ ତାଙ୍କ ଉପରେ ହମଲା କରିଥିଲେ କିଛି ଲୋକେ। 

Advertisment

ଭୁବନେଶ୍ବର ଚନ୍ଦ୍ରଶେଖର ଥାନା ଅଞ୍ଚଳର ଏକ ବାର୍ ରେ ରେଡ୍ କରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା। ଖାଲି ସେତିକି ନୁହେଁ ବାର୍ ରେ ରେଡ୍ କୁ ବି ଏମାନେ ବିରୋଧ କରିଥିଲେ। ଘଟଣାକୁ ନେଇ ଚନ୍ଦ୍ରଶେଖର ଥାନାରେ ଅଭିଯୋଗ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ୍।

ଗତକାଲି୧୫୫ଟି ବାର୍, ପବ୍, କ୍ଲବ୍, ବିୟର୍ ପାର୍ଲର୍ ଉପରେ ହୋଇଛି ଚଢାଉ। ମଧ୍ୟରାତ୍ରୀ ଯାଏଁ ବାର୍ ଓ କ୍ଲବ ଚଲାଇବା ତାସହ ଅନେକ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ଏହି ରେଡ୍ ହୋଇଛି। ସବୁଠୁ ବଡ଼ କଥା ହେଉଛି ନୋ ଲିମିଟରେ ଅଗ୍ନିକାଣ୍ଡ ଓ ଗୋଆ ଘଟଣା ପରେ ଚେତିଛି ଅବକାରୀ ବିଭାଗ।

Advertisment

•    ଅବକାରୀ ଅଧିକାରୀଙ୍କୁ ଆକ୍ରମଣ
•    ରେଡ୍ ବେଳେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ 
•    ବାର୍ ରେଡ୍ ବେଳେ ଅପ୍ରିତିକର ସ୍ଥିତି 
•    ମୁହାଁମୁହିଁ ଅସାମାଜିକ ବ୍ୟକ୍ତି ଓ ଅବକାରୀ ଅଧିକାରୀ 
•    ୧୫୫ଟି ବାର୍, ପବ୍, କ୍ଲବରେ ରେଡ୍ କରିଛି ଅବକାରୀ 

Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ