student
ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ବିଭ୍ରାଟ ଅଭିଯୋଗର ଭିଜିଲାନ୍ସ ତଦନ୍ତ ହେଉ। +୨ ସେଣ୍ଟର ଫିକ୍ସିଂ ଅଭିଯୋଗକୁ ନେଇ ବର୍ଷିଛି ଅଭିଭାବକ ସଂଘ। ଦୁଇ ବିଧାୟକ ଏନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ନିର୍ଦ୍ଦିଷ୍ଟ କେତେକ କଲେଜକୁ ସେଣ୍ଟର କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । କପି କରାଇ ପିଲାଙ୍କ ରେଜଲ୍ଟ ଭଲ କରିବା ପାଇଁ ହେରଫେର ହୋଇଛି । ଦୁଇ ବିଧାୟକଙ୍କ ଅଭିଯୋଗକୁ ନେଇ ବହୁ ଅଭିଭାବକ ଚିନ୍ତାରେ ଅଛନ୍ତି । ଏହା ପଛରେ ବଡ଼ ଅର୍ଥ କାରବାର ହୋଇଛି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ ସଂଘ ।
ଘଟଣାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଛନ୍ତି । +୨ ପରୀକ୍ଷା ବ୍ୟବସ୍ଥାରୁ ରାଜନେତାଙ୍କୁ ହଟାଇ ଶିକ୍ଷାବିତ୍ଙ୍କୁ ରଖାଯାଉ ବୋଲି ସେମାନେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/student_1626691807.jpg)