/odishatv-khabar/media/post_attachments/uploadimage/library/16_9/16_9_0/p5_1626861619.jpg)
p5
ପୁରୀ : ରଥଯାତ୍ରା ବେଳେ ସିସିଟିଭି ନଜରରେ ରହିବ ସମଗ୍ର ପୁରୀ ସହର। ସିଂହଦ୍ୱାର, ବଡ଼ଦାଣ୍ଡଠୁ ଆରମ୍ଭ କରି ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ, ପାର୍କିଂସ୍ଥଳ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ।
ଏଥି ସହିତ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଏହି ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ ବୋଲି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।
ରଥଯାତ୍ରା ପାଇଁ ଦାୟିତ୍ୱରେ ଥିବା ସମସ୍ତ ପୁଲିସ ଓ ଅନ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଚୂଡ଼ାନ୍ତ ବୈଠକ କରି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଡିଜିପି।
ରଥଯାତ୍ରାରୁ ସୁନାବେଶ ଯାଏଁ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି ହେବ। ଏଥିପାଇଁ ପୁରୀରେ ୧୫୫ ପ୍ଲାଟୁନ ଫୋର୍ସ ସଜାଗ ରହିବେ। ଏସ୍ପି ପାହ୍ୟାର ୧୫ ଜଣ ଅଧିକାରୀ, DSP ପାହ୍ୟାର ୮୦ ଅଧିକାରୀ, ୬୫୦ ଏସ୍ଆଇ, ଓଡ୍ରାଫ୍, NDRF ଟିମ୍, ବୋମା ନିଷ୍କ୍ରିୟକାରୀ ଦଳ ଓ ୨ ୟୁନିଟ ଟାକ୍ଟିକାଲ ୟୁନିଟ୍ ମୁତୟନ ରହିବେ।
ଦୁଇ କମ୍ପାନୀ ରାପିଡ୍ ଆକ୍ସନ୍ ଫୋର୍ସଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯିବ। ସୁରକ୍ଷା ସହ ଟ୍ରାଫିକ୍ ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଡିଜି ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)