Advertisment

Engineer-Contractor Clash: ପୂର୍ତ୍ତ ବିଭାଗ ଯନ୍ତ୍ରୀ-ଠିକାଦାର ବିବାଦ ଉଗ୍ର, ଭିନ୍ନ ମୋଡ଼ରେ ପହଞ୍ଚିଲା ମାମଲା

ବଲାଙ୍ଗିର ପୂର୍ତ୍ତ ବିଭାଗ ଯନ୍ତ୍ରୀ-ଠିକାଦାର ବିବାଦ ଉଗ୍ର। ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନାଙ୍କ ନାଁରେ ମାମଲା। ଠିକାଦାର ପ୍ରେମରଂଜନଙ୍କ ନାଁରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ପାଲଟା ଅଭିଯୋଗ।

Engineer-Contractor Clash

Engineer-Contractor Clash Photograph: (OTV)

Advertisment

ବଲାଙ୍ଗିର ପୂର୍ତ୍ତ ବିଭାଗରେ ଇଂଜିନିୟର ଠିକାଦାର ମୁହାଁମୁହିଁ ଘଟଣା। ଭିନ୍ନ ମୋଡ଼ରେ ପହଞ୍ଚିଲା ମାମଲା। ବଲାଙ୍ଗିର ପୂର୍ତ୍ତ ବିଭାଗ ଅଫିସ ଭିତରେ ଯନ୍ତ୍ରୀ ଠିକାଦାର ମୁହାଁମୁହିଁ ଘଟଣାରେ ଉଭୟ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ଟାଉନ ପୋଲିସ | 

Advertisment

ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନାଙ୍କ ନାଁରେ ରୁଜୁ ହୋଇଛି ମାମଲା | ସେପଟେ ଠିକାଦାର ପ୍ରେମରଞ୍ଜନ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ପୋଲିସ ମାମଲା ରୁଜୁ କରିଛି | ବାହାର ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଏବେ ହରଡ଼ଘଣାରେ ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନା | 

ବଲାଙ୍ଗିର ପୂର୍ତ୍ତ ବିଭାଗରେ ଯନ୍ତ୍ରୀ ରାଜ ଚାଲିଥିବା ଅଭିଯୋଗ କରିଛନ୍ତି ଠିକାଦାର। କଥା କଥାରେ ଠିକାଦାରଙ୍କୁ ଧମକ ଚମକ ସହ ଗାଳିଗୁଲଜ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି | ଘଟଣାକୁ ନେଇ ପୂର୍ତ୍ତ ବିଭାଗ ଅଫିସ ଭିତରେ ଯନ୍ତ୍ରୀ ଠିକାଦାର ମଧ୍ୟରେ ହୋହଲ୍ଲା ମଧ୍ୟ ହୋଇଥିଲା।

Advertisment

Bolangir Clash Contractor Engineer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ