elecricity-bill
ଭୁବନେଶ୍ୱର: ସାରା ଦୁନିଆରେ କରୋନା ମହାମାରୀର ଆତଙ୍କ ଦେଖା ଦେଇଛି। କିନ୍ତୁ ଏଭଳି ସଙ୍କଟ ସମୟରେ ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର। ଆସନ୍ତା ଅକ୍ଟୋବରରୁ ବର୍ଦ୍ଧିତ ବିଦ୍ୟୁତ୍ ଦର ଲାଗୁହେବ। ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛି। ୟୁନିଟ୍ ପିଛା ୨୦ ପଇସା ଦର ବୃଦ୍ଧି ନେଇ ହୋଇଛି ନିଷ୍ପତ୍ତି। ବର୍ଦ୍ଧିତ ଦରରୁ କୁଟୀର ଜ୍ୟୋତି ଓ ବିପିଏଲ ଚାଷୀ ଉପଭୋକ୍ତା ବାଦ ଦିଆଯାଇଛି।
ନୂଆ ନିର୍ଦ୍ଧାରିତ ଦର ଅନୁଯାୟୀ, ୫୦ ୟୁନିଟ ପିଛା ପର୍ଯ୍ୟନ୍ତ ଦର ୨ ଟଙ୍କା ୭୦କୁ ବୃଦ୍ଧି କରାଯାଇଛି। ସେହିପରି ୧୦୦ ୟୁନିଟ୍ ଯାଏ ୩ ଟଙ୍କା ୬୦ ଏବଂ ୨୦୦ ୟୁନିଟ୍ ଯାଏ ୪.୦୫ ହୋଇଛି। ସେହିପରି ୩୦୦ ୟୁନିଟ୍ ଯାଏ ୪.୫୩, ୪୦୦ ଯାଏ ୪.୭୮ ଓ ୫୦୦ ଯାଏ ୫ ଟଙ୍କାକୁ ବୃଦ୍ଧି କରାଯାଇଛି।
ବିଦ୍ୟୁତ ବୃଦ୍ଧି ନେଇ ବିଦ୍ୟୁତ ବିତରକ କମ୍ପାନୀ ଗୁଡ଼ିକ ବାରମ୍ୱାର ଦାବି କରୁଥିଲେ। ଯାହାକୁ ଉପଭୋକ୍ତା ମହାସଂଘ ବିରୋଧ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/elecricity-bill_1625302608.jpg)