Advertisment

ଘରେ ଜଳୁଛି ମାତ୍ର ଗୋଟିଏ ବଲ୍‌ବ, କିନ୍ତୁ ବିଲ୍...

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପାଲୁରୁପାଡ଼ୁ ଗ୍ରାମରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଇଛି। ବର୍ଷେ ଧରି ଆସିଲାନି ବିଦ୍ୟୁତ ବିଲ୍, ଆଉ ଯେତେବେଳେ ବିଲ୍ ଆସିଲା, ତାହା ଦେଖି ସମସ୍ତଙ୍କ ହୋସ୍ ଉଡ଼ିଯାଇଛି। ବିଦ୍ୟୁତ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ଗ୍ରାହକମାନଙ୍କ ପାଖକୁ ହଜାରେ କି ଦୁଇ ହଜାର ନୁହେଁ ବରଂ ଏକାଥରକେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିବା ଅଭିଯୋଗ ହୋଇଛି। ଏଭଳି କିଛି ଅଭିଯୋଗ ଆସିଛି ରାୟଗଡ଼ା ସଦର ବ୍ଲକର ଆଦିବାସୀ ଗାଁ ପାଲୁରୁପାଡ଼ୁରେ। ଗାଁର […]

ଘରେ ଜଳୁଛି ମାତ୍ର ଗୋଟିଏ ବଲ୍‌ବ, କିନ୍ତୁ ବିଲ୍...

elect

Advertisment

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପାଲୁରୁପାଡ଼ୁ ଗ୍ରାମରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଇଛି। ବର୍ଷେ ଧରି ଆସିଲାନି ବିଦ୍ୟୁତ ବିଲ୍, ଆଉ ଯେତେବେଳେ ବିଲ୍ ଆସିଲା, ତାହା ଦେଖି ସମସ୍ତଙ୍କ ହୋସ୍ ଉଡ଼ିଯାଇଛି। ବିଦ୍ୟୁତ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ଗ୍ରାହକମାନଙ୍କ ପାଖକୁ ହଜାରେ କି ଦୁଇ ହଜାର ନୁହେଁ ବରଂ ଏକାଥରକେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିବା ଅଭିଯୋଗ ହୋଇଛି।

Advertisment

ଏଭଳି କିଛି ଅଭିଯୋଗ ଆସିଛି ରାୟଗଡ଼ା ସଦର ବ୍ଲକର ଆଦିବାସୀ ଗାଁ ପାଲୁରୁପାଡ଼ୁରେ। ଗାଁର ହାରାବତୀଙ୍କ ଘରେ ବିଦ୍ୟୁତ ବିଲ୍ ଗତ ବର୍ଷେ ଧରି ଆସିନଥିଲା। ହେଲେ ବର୍ଷେ ପରେ ବିଦ୍ୟୁତ ବିଲ୍ ଏକ ଲକ୍ଷ ୫୫ ହଜାର ଟଙ୍କା ଆସିଛି। ତେବେ ଏତେ ଟଙ୍କା ବିଲ୍ ଆସିବାକୁ ନେଇ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ହାରାବତୀ।

ଘରେ ମାତ୍ର ଗୋଟିଏ ବିଦ୍ୟୁତ ବଲବ ଜଳୁଥିବା ବେଳେ ବର୍ଷକରେ ଦେଢ଼ ଲକ୍ଷରରୁ ଅଧିକ ବିଲ୍ କିପରି ଆସିଲା ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। କେବଳ ହିରାବତୀ ନୁହଁନ୍ତି ଗାଁରେ ରହୁଥିବା ଆଉ ଜଣେ ବାସିନ୍ଦା ରାମ କଣ୍ଟାବଂଶଙ୍କ ବି ସମାନ ଅବସ୍ଥା। ତାଙ୍କ ଘରେ ବି ୮୦ ହଜାର ଟଙ୍କାର ବିଦ୍ୟୁତ ବିଲ୍ ଆସିଛି।

Advertisment

ତେବେ ଏହି ତ୍ରୁଟି କେବଳ ଏହି ଦୁଇ ଜଣଙ୍କ କ୍ଷେତ୍ରରେ ନୁହେଁ ଗାଁର ଅନ୍ୟ ଲୋକଙ୍କ ଘରେ ବି ଚଢ଼ା ଦରର ବିଦ୍ୟୁତ ବିଲ୍ ଆସିଛି। ଏଭଳି ତ୍ରୁଟିପୂର୍ଣ୍ଣ ବିଲ୍ ସମ୍ପର୍କରେ ଅବଗତ ହେବା ପରେ ଏନେଇ ତଦନ୍ତ କରିବା ସହ ସଂଶୋଧନ କରାଯିବ ବୋଲି ରାୟଗଡ଼ା ସାଉଥକୋ ଏସଡିଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ